ପାକିସ୍ତାନରେ ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ

0

ଇସଲାମାବାଦ(ଆମ ଟିଭି): ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ହୋଇଛି ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ପାକିସ୍ତାନର ପେଶୱାରରେ ଥିବା ଏକ ମସଜିଦରେ ଏହି ବିସ୍ପୋରଣ ହୋଇଛି । ଏହି ବିସ୍ଫୋରଣରେ ୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ନମାଜ ସମୟରେ ମସଜିଦରେ ପାଖାପାଖି ୫୫୦ ଲୋକ ଥିଲେ । ଆତ୍ମଘାତୀ ବିସ୍ପୋରଣକାରୀ ଜଣକ ଲୋକଙ୍କ ଗହଣରେ ଥିଲା ।

ବିସ୍ପୋରଣ ପରେ ମସଜିଦର କିଛି ଅଂଶ ଭୁଷୁଡ଼ି ପଡ଼ିଥିବାବେଳେ ଏହା ତଳେ କିଛି ଲୋକ ଚାପି ହୋଇଥିବା ସନ୍ଦେହ କରାଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି କରିଛନ୍ତି । ଏହି ବିସ୍ପୋରଣ ପାଇଁ ଆତଙ୍କବାଦୀ ସଙ୍ଗଠନ ତାଲିବାନ ନିଜକୁ ଦାୟୀ କରିଛି । ଘଟଣା ପରେ ପୂରା ସହରରେ ମେଡିକାଲ ଏମରଜେନ୍ସି ଘୋଷଣା କରାଯାଇଛି ।

Leave A Reply

Your email address will not be published.