ଶିକ୍ଷକଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ମାଷ୍ଟର’
ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ କାହାଣୀକୁ ନେଇ ଅନସମିସ ତିଆରି କରିଛି ଏକ ଓଡ଼ିଆ ଇଣ୍ଡି ଫିଲ୍ମ ଯାହାପାଇଁ ଏକ ପ୍ରେସ ରିଲିଜର ଆୟୋଜନ କରଯାଇଥିଲା। ଏହି ମୌକାରେ ଆସିବାକୁ ଯାଉଥିବା ନୂଆ ଓଡ଼ିଆ ଫିଲ୍ମ ‘ମାଷ୍ଟର’ର ପ୍ରଥମ ରାପ୍ ଗୀତକୁ ଲଂଚ କରାଯାଇଛି ଯାହାର ନା ରହିଛି ଚାଲି ଚାଲି ଯାଏ ମାଷ୍ଟର। ଫିଲ୍ମକୁ ଲେଖିଛନ୍ତି ଓ ନିର୍ଦ୍ଦେଶନା ଦେଇଛନ୍ତି ୟଶ ବର୍ମନ୍ ପଣ୍ଡା ଓ ସୁନିଲ କୁମାର ସାହୁ। ସୁବାସ ଚନ୍ଦ୍ର ମୁଦୁଲି, ଟିକି ରଥ, ରାଜଗୁରୁ, ସୁରଜ, ପଞ୍ଚୁ, କୁମାର ଆମର, ଗୋଲକ ଘଡେଇ ଫିଲ୍ମରେ ବିଭିନ୍ନ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମର ଏକ ବିଶେଷ କଥା ହେଲା ଏହା ରିଲ ଓ ରିଅଲ ଦୁନିଆକୁ ନେଇ ରହିଛି ଓ ଫିଲ୍ମରେ ସତରେ ଜଣେ ଶିକ୍ଷକକୁ ଆମେ ଅଭିନୟ କରିବାର ଦେଖିବାକୁ ପାଇବା।
ଏହି ପ୍ରେସ ରିଲିଜ ଉତ୍ସବରେ ଆହୁରି ଦୁଇଟି କ୍ୟାମ୍ପେନକୁ ଲଞ୍ଚ କରାଯାଇଛି। ପ୍ରଥମଟି ହେଉଛି ‘ମୁଁ ଭି ଜଣେ ମାଷ୍ଟର’ ନାମକ ଏକ କ୍ୟାମ୍ପେନ୍ । ଏହା ଦ୍ବାରା ସତରେ ଶିକ୍ଷକମାନେ ନିଜ କାହାଣୀ ବାଣ୍ଟି ପାରିବେ। ତାଙ୍କୁ କେବଳ ନିଜ ନା ଓ ଅଭିଜ୍ଞତା ବିଷୟରେ ଜଣାଇବାକୁ ପଡିବ ଓ ଶେଷରେ ଲେଖିବାକୁ ପଡିବ ‘ମୁଁ ଭି ଜଣେ ମାଷ୍ଟର’ ।
ଦ୍ଵିତୀୟ କ୍ୟାମ୍ପେନଟି ହେଉଛି ‘ମୋ ଗୁରୁ ମୋ ସ୍ୱାଭିମାନ’ । ଏହା ଦ୍ବାରା ଛାତ୍ର ଛାତ୍ରୀ ନିଜ ପ୍ରିୟ ଶିକ୍ଷକଙ୍କ ବିଷୟରେ କହିପାରିବେ। ଏହା ପଛର ଉଦ୍ଦେଶ୍ୟ ରହିଛି ସମାଜର ଶିକ୍ଷକମାନଙ୍କ ପ୍ରତି ତାଙ୍କ କାର୍ଯ୍ୟ ଓ ପରିଶ୍ରମ ପାଇଁ ସମ୍ମାନ ଜଣାଇବା ।
ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମଳୟ ଜେନା, ଶ୍ରୀମତି ଅଳକା ମିଶ୍ର ଓ ଅନେକ ଶିକ୍ଷକ ଫିଲ୍ମ ପ୍ରତି ନିଜର ଭାବଭରା ଅଭିଜ୍ଞତା ବାଣ୍ଟିଥିଲେ। ବାସ୍ତବ ଜୀବନରେ ଜଣେ ଶିକ୍ଷକ ଜୀବନ କେମିତି ରୁହେ। ଚଳଚ୍ଚିତ୍ରଟି ସମାଜ ପାଇଁ ଏକ ଆଇନା ବୋଲି ପ୍ରକାଶ କରିଛନ୍ତି ଫିଲ୍ମ ନିର୍ମାତା ଟିମ।