ଭୁବନେଶ୍ୱର (ଆମ ଟିଭି): ମ୍ୟାଟ୍ରିକ୍ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର । ଡିସେମ୍ବର ୯ ତାରିଖରୁ ମୂଲ୍ୟାୟନ ହେବ ମାଟ୍ରିକ୍ ଖାତା । ୧୦ ଦିନ ଭିତରେ ଖାତା ଦେଖା ଶେଷ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି ।
୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ମୋଟ ୧୨ ହଜାର ୪୫୦ ଜଣ ଶିକ୍ଷକ ଖାତା ମୂଲ୍ୟାୟନ କରିବେ । ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ମହାନ୍ତି ଏହି ସୂଚନା ଦେଇଛନ୍ତି ।