ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ; ପାସ୍ ହାର ୫୬.୨୩%

0
ଭୁବନେଶ୍ୱର (ଆମ ଟିଭି): ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଆଜି ପ୍ରକାଶ ପାଇଛି ।
 
ଚଳିତ ଥର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ମୋଟ ୩୪୫୭ ଜଣ ପିଲା ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୯୮୩ ଜଣ ପାସ୍‌ କରିଛନ୍ତି । ମୋଟ ପାସ୍ ହାର ୫୬.୨୩% ପ୍ରତିଶତ ରହିଛି । ସେହିପରି ଷ୍ଟେଟ୍‌ ଓପନଡ଼୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ବା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷାରେ ୫୯୭୩ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୋଟ ପାସ୍ ହାର ୫୫.୨୬% ପ୍ରତିଶତ ରହିଛି ।
Leave A Reply

Your email address will not be published.