ଚଳିତ ମାସ ଶେଷ ସପ୍ତାହରେ ବାହାରିବ ମାଟ୍ରିକ ଫଳ

0

ଭୁବନେଶ୍ୱର(ଆମ ଟିଭି୍‌): ଚଳିତ ମାସ ଶେଷ ସପ୍ତାହରେ ବାହାରିବ ମାଟ୍ରିକ ଫଳ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ମାଟ୍ରିକ ଖାତା ଦେଖା ଶେଷ ହୋଇଛି, ରେଜଲ୍ଟ ନେଇ ପ୍ରକ୍ରିୟା ମଧ୍ୟ ଚାଲିଥିବା କଥା ମଧ୍ୟ କହିଛନ୍ତି ମନ୍ତ୍ରୀ ।

କହିରଖୁ କି, କରୋନା ମହାମାରୀ ଯୋଗୁ ୨ ବର୍ଷ ପରେ ଏଥର ଅଫଲାଇନ୍ ପରୀକ୍ଷା ଦେଇଛନ୍ତି ମାଟ୍ରିକ ଛାତ୍ରଛାତ୍ରୀ । ଚଳିତ ବର୍ଷ ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୯ ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ ୭ ତାରିଖ ପର‌୍ୟ୍ୟନ୍ତ ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ପ୍ରଶ୍ନ ସୁରକ୍ଷିତ ରଖିବା ଓ ପରୀକ୍ଷା ଦିନ ପରୀକ୍ଷାକେନ୍ଦ୍ରକୁ ପଶ୍ନପତ୍ର ପଠାଇବା ନିମେନ୍ତ ମୋଟ ୩୧୫ ନୋଡାଲ ସେଣ୍ଟର କରାଯାଇଥିଲା।

Leave A Reply

Your email address will not be published.