ଆଜି ସାରା ଦେଶରେ ହିନ୍ଦୀରେ ବଡ଼ ପରଦାକୁ ଆସିଲା ‘ମାୟା ଦର୍ପଣ’

0

ଭୁବନେଶ୍ବର (ଆମ ଟିଭି): ଆଜି ମାୟା ଦର୍ପଣ ରିଲଜ ହୋଇଯାଇଛି ହିନ୍ଦୀ ଭାଷାରେ ସାରା ଦେଶରେ ବଡ଼ ପରଦାକୁ ଆସିଛି। ଓଡ଼ିଶା ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର, ଗୁଜରାଟ, ଉତ୍ତରପ୍ରଦେଶ ଓ ଜାମ୍ମୁ-କାଶ୍ମୀରରେ ୩୮ଟି ହଲ୍‌ରେ ରିଲିଜ୍ ହୋଇଯାଇଛି। ଭୁବନେଶ୍ଵରରେ ଆଇନକ୍ସରେ ଦର୍ଶକ ଏହାକୁ ଦେଖି ବେଶ୍ ଖୁସି ପାଇଛନ୍ତି ବୋଲି ପ୍ରଯୋଜିକା ଝରଣା ସାମଲ କହିଛନ୍ତି। ମା’ର ସ୍ନେହ ମମତାକୁ ନେଇ ସିନେମାଟି । ଟି ନିର୍ମାଣ କରାଯାଇଛି । ଅଭିନେତ୍ରୀ ପ୍ରତିଭା ପଣ୍ଡା ଏହି ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜିକା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ, ପୂଜା, କୁନା ତ୍ରିପାଠୀ, ଜୀବନ ପଣ୍ଡା, ରତନ ମେହେର, ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଅଭିନୟ କରିଛନ୍ତି । ଶିଶୁ କଳାକାର ଭାବେ ଅଂଶୁମାନ, ତାପସ, ଭାଗ୍ୟଲକ୍ଷ୍ମୀ ଅଭିନୟରେ ପ୍ରତିଭା ଦେଖାଇଛନ୍ତି । କାହାଣୀ, ସଂଳାପ ଓ ଗୀତ ରଚନା ରଞ୍ଜନ କୁମାର ଦାସ ରଚନା କରିଥିଲାବେଳେ ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ରାଜୀବ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଶୁକ୍ଲା। ଥିବାବେଳେ ମା’ ଭୂମିକାରେ ନିଖୁଣ ଅଭିନୟ । ହିନ୍ଦୀରେ ଅନୁବାଦ କରିଛନ୍ତି ଉଦୟନ ସୁପକାର ।

ଆଜି ଭୁବନେଶ୍ଵର ପ୍ରିମିୟର ସୋ ରେ ଚଳଚ୍ଚିତ୍ରର ସମସ୍ତ କଳାକାରମାନଙ୍କ ସହିତ ପ୍ରଯୋଜକ ଲିଟୁ ମହାନ୍ତି, ଅକ୍ଷୟ ପରିଜା,ଅତିସ ରାଉତ,ଶ୍ରିଧର ମାର୍ଥା, ନାଟ୍ୟକାର ସୁବୋଧ ପଟ୍ଟନାୟକ, ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.