ମାୟାବତୀଙ୍କ ବଡ଼ ନିଷ୍ପତ୍ତି, ପୁତୁରା ଆକାଶ ଆନନ୍ଦଙ୍କୁ ସମସ୍ତ ପଦରୁ ହଟାଇଲେ

0

ନୂଆଦିଲ୍ଲୀ (ଆମ ଟିଭି): ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ ଅଲ ଇଣ୍ଡିଆ ପଦାଧିକାରୀଙ୍କ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ପଦରୁ ହଟାଇ ଦେଇଛନ୍ତି । ତାଙ୍କ ବଦଳରେ ମାୟାବତୀ ଆନନ୍ଦ କୁମାରଙ୍କୁ ଜାତୀୟ ସଂଯୋଜକ ଦାୟିତ୍ୱ ଦେଇଛନ୍ତି । ଏହା ସହିତ ରାଜ୍ୟସଭା ସାଂସଦ ରାମଜୀ ଗୌତମଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇ ଯୁଗ୍ମ ଜାତୀୟ ସଂଯୋଜକ କରିଛନ୍ତି । ନିକଟରେ ମାୟାବତୀ ଆକାଶ ଆନନ୍ଦଙ୍କ ଶ୍ୱଶୁର ଅଶୋକ ସିଦ୍ଧାର୍ଥଙ୍କୁ ପଦରୁ ହଟାଇ ଦେଇଥିଲେ ।

ମାୟାବତୀ ଏହା ମଧ୍ୟ କହିଛନ୍ତି ଯେ, “ମୁଁ ନିଜେ ନିଷ୍ପତ୍ତି ନେଇଛି ଯେପର୍ଯ୍ୟନ୍ତ ମୁଁ ଜୀବିତ ଅଛି କିମ୍ବା ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ, ଦଳରେ ମୋର କୌଣସି ଉତ୍ତରାଧିକାରୀ ରହିବ ନାହିଁ । ଏହି ନିଷ୍ପତ୍ତିକୁ ଦଳୀୟ ଲୋକମାନେ ହୃଦୟର ସହିତ ସ୍ୱାଗତ କରିବେ ବୋଲି ଆଶା ।“

ସେ ଆହୁରି ମଧ୍ୟ କହିଛନ୍ତି, ଏବେ ତାଙ୍କ ଭାଇ ଆନନ୍ଦଙ୍କ ପିଲାମାନେ ରାଜନୀତି ସହିତ ଜଡିତ ପରିବାରରେ ବିବାହ କରିବେ ନାହିଁ । ମାୟାବତୀ କହିଛନ୍ତି ଯେ, ମୁଁ ଆନନ୍ଦ କୁମାରଙ୍କ ବିଷୟରେ ଏହା ମଧ୍ୟ ଜଣାଇବାକୁ ଚାହୁଁଛି ଯେ ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଦଳ ଏବଂ ଆନ୍ଦୋଳନର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏବେ ତାଙ୍କ ପିଲାମାନଙ୍କୁ ଏକ ଅଣରାଜନୈତିକ ପରିବାର ସହିତ ଯୋଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଦ୍ଵାରା ଅଶୋକ ସିଦ୍ଧାର୍ଥଙ୍କ ପରି ଲୋକଙ୍କ ପାଇଁ ଦଳ ଭବିଷ୍ୟତରେ ଯେମିତି କୌଣସି କ୍ଷତିର ସମ୍ମୁଖୀନ ହେବନି ସେଥିପ୍ରତି ଦୃଷ୍ଟି ଦିଆଯିବ ।

ବିଏସପି ବିବୃତ୍ତି ଜାରି କରିଛି ଯେ, ସବୁ ଜିନିଷକୁ ଗମ୍ଭୀରତାର ସହ ଦେଖିବାକୁ ହେବ । ଯାହା ଏପର୍ଯ୍ୟନ୍ତ ପଜେଟିଭ ଲାଗୁନାହିଁ । ଆକାଶ ଆନନ୍ଦଙ୍କ ଶ୍ୱଶୁର ଅଶୋକ ସିଦ୍ଧାର୍ଥ ବିଏସପି ମୁଖ୍ୟଙ୍କ ନାମର ଅପବ୍ୟବହାର କରୁଛନ୍ତି । ତେବେ ବହୁଜନ ସମାଜ ପାର୍ଟିର ଅଲ ଇଣ୍ଡିଆ ପଦାଧିକାରୀ ବୈଠକରେ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ତାମିଲନାଡୁ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ସମତେ ଅନେକ ରାଜ୍ୟର ଅଧ୍ୟକ୍ଷ ରହିଥିଲେ ।

Leave A Reply

Your email address will not be published.