ଓଡ଼ିଶାରୁ ୨୧ଜଣ ପୁଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ

0

ନୂଆଦିଲ୍ଲୀ (ଆମ ଟିଭି): ଆସନ୍ତାକାଲି ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରମୋଦ କୁମାର ଦଳାଇଙ୍କୁ, ଭଲ୍ୟୁଣ୍ଟର୍ (ସିଡି) ‘ରାଷ୍ଟ୍ରପତିଙ୍କ ହୋମଗାର୍ଡ’ ମେଡାଲ୍’ ଓ ‘ସିଭିଲ୍ ଡିଫେନ୍ସ ମେଡାଲ୍’ ପାଇଁ ମନୋନୀତ କରାଯାଇଛି। ସେହିପରି, ଉଲ୍ଲେଖନୀୟ ସେବା ପାଇଁ ‘ହୋମଗାର୍ଡ ଓ ଡିଫେନ୍ସ’ ପଦକ ପାଇଁ ହୋମଗାର୍ଡ ପ୍ରତାପ ଚନ୍ଦ୍ର ଖଣ୍ଡୁଆଳ, ବାବୁଲି ହାତୀ, ପ୍ରମୋଦ କୁମାର ସାହୁ ଓ ବିପିନ ବିହାରୀ ବିଶ୍ବାଳ ମନୋନୀତ ହୋଇଛନ୍ତି ।

ଏହାଛଡ଼ା, ୨୦୨୩ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨ଜଣ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଇବେ। ସେମାନେ ହେଉଛନ୍ତି, କଟକରେ କାର୍ୟ୍ୟରତ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ସ୍ବତନ୍ତ୍ର ସଚିବ ଧୀରେନ୍ଦ୍ର ସମ୍ଭାଜୀ କୁଟେ ଏବଂ କଟକସ୍ଥିତ ଦୁର୍ନୀତି ନିବାରଣ ନିର୍ଦେଶାଳୟରେ କାର୍ୟ୍ୟରତ କନେଷ୍ଟବଳ ପ୍ରହ୍ଲାଦ କୁମାର ରାଉତ କନେଷ୍ଟବଳ। ଉଲ୍ଲେଖନୀୟ ସେବା ନିମନ୍ତେ ସାଧାରଣତନ୍ତ୍ର ଦିବସ ୨୦୨୩ ଅବସରରେ ଓଡ଼ିଶାରୁ ୧୧ଜଣ ପୁଲିସ ପଦକ ପାଇବେ।

Leave A Reply

Your email address will not be published.