ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

କଟକ(ଆମ ଟିଭି): ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମର ବିଶାଳ ସାଂସ୍କୃତିକ ଐତିହ୍ୟ କୁ ବଜାୟ ରଖିବା ପାଇଁ ଆନ୍ତରିକତାର ସହ କାର୍ୟ୍ୟ କରିବାର ଆବଶ୍ୟକତା ରହିଛି । ବିନା ଭୟ ଓ ଅନୁଗ୍ରହରେ କର୍ତ୍ତବ୍ୟ ସମ୍ପନ୍ନ କରୁ ଗଣମାଧ୍ୟମ । ପ୍ରଜାତନ୍ତ୍ରର ୭୫ତମ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ ଆଗକୁ କହିଥିଲେ, ଲୋକଙ୍କ ବିଶ୍ୱାସ ଭରସାରେ ଗଣମାଧ୍ୟମ ଚାଲିଛି । ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଲୋକଙ୍କ ବାସ୍ତବିକ ସମସ୍ୟାକୁ ଗୁରୁତ୍ୱ ଦେଉ ଗଣମାଧ୍ୟମ । ଲୋକଙ୍କ ସ୍ୱର ହେଉ ଗଣମାଧ୍ୟମ । ବଳିଷ୍ଠ ଗଣତାନ୍ତ୍ରିକ ମୂଲ୍ୟବୋଧର ଦେଶ ହେଉଛି ଭାରତ । ଗଣମାଧ୍ୟମ ଲୋକଙ୍କ ସ୍ବର ହୋଇଥିବାରୁ ଗଣତନ୍ତ୍ର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଉ । ଏହି ଅବସରରେ ସ୍ବାଧୀନତାସଂଗ୍ରାମୀଙ୍କୁ ପ୍ରଣାମ ଜଣାଇଲେ ନବୀନ । ଛାପା ଗଣମାଧ୍ୟମ ହେଉ କିମ୍ବା ବୈଦୁତିକ ଗଣମାଧ୍ୟମ ଦେଶର ସାଂସ୍କୃତିକ, ଐତିହ୍ୟ ଓ ନୈତିକତା ବଜାୟ ରଖି ଜାତୀୟ ଏକତା ଓ ସଂହତିକୁ ପ୍ରୋତ୍ସାହନ ଦେବା ହେଉଛି ଗଣମାଧ୍ୟମର ଦାୟିତ୍ବ । ଆଜି ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥିଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.