ପରଲୋକରେ ମେଗା ଟିକଟକ ଷ୍ଟାର ମେଘା ଠାକୁର

0

ନୂଆଦିଲ୍ଲୀ (ଆମ ଟିଭି): ପରଲୋକରେ ମେଗା ଟିକଟକ ଷ୍ଟାର ମେଘା ଠାକୁର । କାନାଡାରେ ରହୁଥିବା ଟିକଟକ୍ ଷ୍ଟାର ମେଘା ଠାକୁରଙ୍କ ଅକାଳ ବିୟୋଗ ଘଟିଛି । ନଭେମ୍ବର ୨୪ ତାରିଖରେ ତାଙ୍କର ପରଲୋକ ହୋଇଥିବାବେଳେ ଏବେ ଏହି ଖବରକୁ ସାର୍ବଜନୀନ କରିଛନ୍ତି ତାଙ୍କ ଅଭିଭାବକ । ମେଘାଙ୍କ ମୃତ୍ୟୁ ଖବରକୁ ତାଙ୍କର ଫଲୋୟର୍ସମାନେ ସହଜରେ ବିଶ୍ୱାସ କରିପାରୁନଥିଲେ ବି ଏହ ସତ ବୋଲି ମେଘାଙ୍କ ବାପା, ମା’ କହିଛନ୍ତି ।

ରିପୋର୍ଟ ମୁତାବକ, ମେଘା ଠାକୁର ୱେଷ୍ଟର୍ଣ୍ଣ ୟୁନିଭର୍ସିଟିର କମ୍ପ୍ୟୁଟର ସାଇନ୍ସ ଛାତ୍ରୀ ଥିଲେ । ସୋସିଆଲ ମିଡିଆରେ ଟିକଟକ୍ ଷ୍ଟାର ଭାବେ ସେ ବେଶ୍ ପ୍ରଶଂସା ସାଉଁଟିଥିଲେ । ଜୁଲାଇ ୨୦୨୨ରେ ମେଘା ଏକ ପୋଷ୍ଟ କରି ତାଙ୍କୁ ହାର୍ଟଆଟାକ୍ ହୋଇଥିବା ଜଣାଇଥିଲେ । ତେବେ ଏହାର କାରଣ ତାଙ୍କର ମାନସିକ ଅବସାଦ ଓ ଚିନ୍ତା ବୋଲି ମଧ୍ୟ ସେ ଉଲ୍ଲେଖ କରିଥିବା ତାଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.