ଭୁବନେଶ୍ୱର(ଆମ ଟିଭି): ପାର୍ବଣ ପାଇଁ ଗାଁ’ଠୁ ସହର ସବୁଠି ଉତ୍ସବମୁଖର। ମା’ଙ୍କ ପୂଜା ସାଙ୍ଗକୁ ସମସ୍ତ ପ୍ରକାର ମେଳା ମହୋତ୍ସବ, ମିନାବଜାର ଓ ନାଚଗୀତ ଆସର ଜମିବ । ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ ଦୁର୍ଗାପୂଜାରେ ୧୮୩ ପୂଜା ମଣ୍ଡପ ହେଉଛି । ଏଥିପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । ଏବର୍ଷ ପୂଜାରେ ରାତି ୧୨ଟା ଯାଏଁ ଜାରି ରହିବ ମେଲୋଡ଼ି। ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ୟ୍ୟନ୍ତ ମେଲୋଡ଼ି ଚାଲିବ । ପୂର୍ବରୁ ରାତି ୧୦ଟା ଯାଏଁ ମେଲୋଡି ଅନୁଷ୍ଠିତ ହେଉଥିଲା ।
ଦୁର୍ଗାପୂଜା ଓ ଭସାଣୀ ପାଇଁ ପୋଲିସ ।ପୂଜା କମିଟିର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସର ଅନୁମତି । ଦୁର୍ଗାପୂଜା, ରାବଣପୋଡ଼ି ପାଇଁ ପୂଜା କମିଟି ସହ ବୈଠକ ରେ ଏହି ନିଷ୍ପତ୍ତି ନିଆଯାଇଛି ।