ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିଲା ମେମୁ ଟ୍ରେନ

0

ବାଲେଶ୍ୱର: ନୀଳଗିରିବାସୀଙ୍କ ପୂରଣ ହୋଇଛି ଦୀର୍ଘ ଦିନର ସ୍ୱପ୍ନ । ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିଛି ମେମୁ ଟ୍ରେନ । ବାଲେଶ୍ୱର ଗୋପୀନାଥପୁର ନୀଳଗିରି ପାସେଂଜର ଲାଇନ ଲୋକାର୍ପିତ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନରେ ୮ଟି ବଗି ରହିଥିବା ବେଳେ ମୋଟ୍ ୧୬କିଲୋମିଟର ଏହି ଟ୍ରେନ ଚଳାଚଳ କରିବ । ଏହି ଟ୍ରେନରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଗି ରହିଛି । ତିନିଟି ମେମୁ ଟ୍ରେନ୍ ପ୍ରତିଦିନ ଏହି ଲାଇନରେ ଚାଲିବ । ଏହାସହ ନୀଳଗିରିରୁ ବେତନଟୀ ରେଳ ଲାଇନ ପାଇଁ ସର୍ଭେ ଆରମ୍ଭ ହୋଇଛି ।

ସେହିପରି ଜଳେଶ୍ୱରରୁ ଚନ୍ଦନେଶ୍ୱର ରେଳ ଲାଇନ ପାଇଁ ଡିପିଆର ଆରମ୍ଭ ହୋଇଛି । ଏହି କାର୍ୟ୍ୟକ୍ରମ ଅବସରରେ ଶ୍ରୀକାନ୍ତ ଜେନାଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଶାକୁ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା କରୁଥିବା କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ଏସବୁ କାର୍ୟ୍ୟକ୍ରମ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେମୁଣାରେ ଥିବା କ୍ଷୀରଚୋରା ଗୋପିନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ଦର୍ଶନ ପରେ କମିଟି ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.