ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା

0

ଭୁବନେଶ୍ୱର :୨୦୨୩-୨୪ ଶିକ୍ଷାବର୍ଷ ପାଇଁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ନିମନ୍ତେ ଗୁରୁବାର ମେଧା ତାଲିକା ପ୍ରକାଶ ପାଇଛି। ମନୋନୀତ ଛାତ୍ରୀଛାତ୍ରମାନେ ଅକ୍ଟୋବର ୩ ତାରିଖ ପୂର୍ବାହ୍ନ ୧୦ଟାରୁ ୫ତାରିଖ ସନ୍ଧ୍ୟା ୫ଟା ଭିତରେ ନାମଲେଖାଇବେ। ୧୦ ତାରିଖ ଅପରାହ୍ନ ୨ଟାରେ ବଳକା ସିଟ୍‌ ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରୀଛାତ୍ର ୧୨ତାରିଖରେ ନାମ ଲେଖାଇବେ। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୨୧ ତାରିଖରୁ ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ସିଟ୍‌ ପୂରଣ ନ ହେବାରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି।

Leave A Reply

Your email address will not be published.