ବାତ୍ୟାର ଗତିପଥକୁ ନେଇ ବଡ଼ ସୂଚନା ଦେଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା, ଓଡ଼ିଶାକୁ…

0

ଇତିମଧ୍ୟରେ ଅବପାତର ରୂପ ନେଇସାରିଛି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ। ଏହା ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ। ତେବେ ଆଣ୍ଡାମାନ ଉପରେ ଥିବା ଅବପାତ ୨୪ ଘଣ୍ଟାରେ ବାତ୍ୟାରେ ପରିଣତ ହେବ। ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

କିଛି ସ୍ଥାନରେ ପାଗ ମେଘୁଆ ରହିବ। ଶୀତର ପ୍ରଭାବ ସାମାନ୍ୟ ରହିବ। ଆସନ୍ତାକାଲି ଅର୍ଥାତ୍‌ ବୁଧବାରଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ। ରାଜ୍ୟରେ ଶୀତ ଅନୁଭବ ହେବ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ବର୍ଷା ଭୟ ନାହିଁ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି।

Leave A Reply

Your email address will not be published.