ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଢ଼ିବ ମେଟ୍ରୋ

0

ଭୁବନେଶ୍ୱର :କିଛି ଦିନ ପୂର୍ବେ ରାଜ୍ୟରେ ମେଟ୍ରୋ ଟ୍ରେନ୍‌ ଗଡ଼ିବା ପ୍ରସ୍ତାବକୁ ନା କହୁଥିବା ରାଜ୍ୟ ସରକାର ଶେଷରେ ଏଥିପାଇଁ ଗ୍ରୀନ୍‌ ସିଗନାଲ ଦେଇଛନ୍ତି। ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଫଳରେ ଭୁବନେଶ୍ୱର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ୍‌ । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ ମିଳିଥିବା ବେଳେ ମୁଖ୍ୟ ସଚିବ ଆଜି ଭୋରରୁ ଏହାର ତଦାରଖ କରିଛନ୍ତି। ଭିଡ଼ କମାଇବା ପାଇଁ ମେଟ୍ରୋ ଚଳାଇବାକୁ ସରକାର ଏପରି ଏକ ପଦକ୍ଷେପ ଗ୍ରହଣ କରୁଥିବା ଜଣାଯାଇଛି।

ଆଜି ଭୋରରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ୫ଟି ସଚି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ , ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥନ, ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଏହି ସମୀକ୍ଷାରେ ସାମିଲ ଥିଲେ।

ବରିଷ୍ଠ ଅଧିକାରୀଙ୍କ ଏହି ଟିମ୍‌ ବିମାନ ବନ୍ଦରରୁ ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇଥିଲା। ଏହାବାଦ ବିଭିନ୍ନ ସ୍ଥାନରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରିଭ୍ୟୁ ମଧ୍ୟ କରାଯାଇଥିଲା। ତେଣୁ ଏହି ସବୁ ରୁଟ୍‌ ଦେଇ ମେଟ୍ରୋ ଟ୍ରେନ୍‌ ଗଡ଼ିବ ବୋଲି ଅନୁମାନ କରାଯାଉଛି। ହେଲେ ଏନେଇ ଅଫିସିଆଲି କିଛି ସୂଚନା ମିଳିନି। ତେବେ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରି ସାରିଥିବା ଜଣାଯାଇଛି।

ମେଟ୍ରୋ ଟ୍ରେନ୍‌ ଚଳାଚଳକୁ ଅନୁମୋଦନ ମିଳି ସାରିଥିବା ବେଳେ ଏବେ ଜମି ଅଧିଗ୍ରହଣ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.