ପକ୍ଷୀ ପାଇଁ ମଝି ଆକାଶରେ ଦୁର୍ଘଟଣା,ଜାଣନ୍ତୁ କେମିତି

0

ନୂଆଦିଲ୍ଲୀ: ମଝି ଆକାଶରେ ବିମାନ ସହ ମାଡ ହେଲା ପକ୍ଷୀ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଅହମ୍ମଦାବାଦରୁ ଦିଲ୍ଲୀ ଯାଉଥିବା ଆକାଶ ଏୟାର ବିମାନରେ ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ଫଳରେ ଦିଲ୍ଲୀ ବିମାନବନ୍ଦରରେ ଏହାର ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି।

ବୋଇଂ 737 ମାସ୍କ-8 ଏୟାରକ୍ରାଫ୍ଟ ବିମାନଟି ଭୂପୃଷ୍ଠରୁ ୧୯୦୦ ଫିଟ୍ ଉପରେ ଉଡ଼ୁଥିବା ବେଳେ ପକ୍ଷୀମାଡ଼ ହୋଇ ବିମାନର ଅଧିକାଂଶ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି। ଏନେଇ ବେସାମରିକ ବିମାନ ଚଳାଚଳ ବିଭାଗ (ଡିଜିସିଏ) ପକ୍ଷରୁ ସୂଚନା ଦିଆଯାଇଛି ।

ଡିଜିସିଏ କହିଛି ‘ଆଜି ଅହମ୍ମଦାବାଦରୁ ଦିଲ୍ଲୀ ଆସୁଥିବା ଆକାଶ ବି-737-8(ମ୍ୟାକ୍ସ) ଏୟାରକ୍ରାଫ୍ଟ VT-YAF ଅପରେଟିଂ ଫ୍ଲାଇଟ୍ QP-1333ରେ ପକ୍ଷୀ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ଦିଲ୍ଲୀରେ ଅବତରଣ କରିବା ପରେ ବିମାନଟି କେତେମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ତାହା ଜଣାପଡ଼ିଥିଲା।’

ଏହା ପୂର୍ବରୁ ମଧ୍ୟ ଆକାଶା ଏୟାରଲାଇନ୍ସରେ ବିଭ୍ରାଟ ଦେଖାଯାଇଛି। ଅକ୍ଟୋବର ୧୫ ତାରିଖରେ ଉଡାଣ ଭରିଥିବା ଏକ ଆକାଶା ବିମାନର କ୍ୟାବିନରୁ ପୋଡିଯିବା ଗନ୍ଧ ଆସିବାରୁ ବିମାନଟିକୁ ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରରଣ କରିବାକୁ ପଡିଥିଲା।

Leave A Reply

Your email address will not be published.