ବାୟୁସେନାରୁ ବିଦାୟ ନେବ ମିଗ୍-୨୧ ଯୁଦ୍ଧ ବିମାନ

0

ନୂଆଦିଲ୍ଲୀ (ଆମ ଟିଭି): ବାୟୁସେନାରୁ ବିଦାୟ ନେବ ମିଗ୍-୨୧ ଯୁଦ୍ଧ ବିମାନ । ମିଗ୍-୨୧ ସ୍କ୍ୱାଡ୍ରନ ସୋର୍ଡ ଆର୍ମସ୍ କୁ ଅବସର ଦେବା ପାଇଁ ପ୍ରସ୍ତୁତ ହେଲାଣି ଭାରତୀୟ ବାୟୁସେନା । ସେପ୍ଟେମ୍ୱର ୩୦ ରେ ସରୁଛି ଏହାର କାର୍ୟ୍ୟକାଳ । ୨୦୧୯ ଫେବୃୟାରୀରେ ବାଲାକୋଟ୍ ଷ୍ଟ୍ରାଇକ୍ ସମୟରେ ଚର୍ଚ୍ଚାରେ ରହିଥିଲା ଏହି ବିମାନ । ଷ୍ଟ୍ରାଇକର ଗୋଟିଏ ଦିନ ପରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଏହାକୁ ଚଳାଇ ପାକିସ୍ତାନର ଏଫ୍-୧୬ ବିମାନକୁ ମାରି ଗଡ଼ାଇଥିଲେ ।

ପିଟିଆଇ ରିପୋର୍ଟ ମୁତାବକ , ଏହି ବିମାନ ବାୟୁସେନାର ୪ ସ୍କ୍ୱାଡର୍ନ ଭିତରୁ ଗୋଟିଏ । ସୂଚନା ମୁତାବକ , ଶ୍ରୀନଗରରେ ଥିବା ମିଗ୍-୨୧ କୁ ସେପ୍ଟେମ୍ବର ଶେଷରେ ଅବସର ଦିଆଯିବ । ବଳକା ୩ ସ୍କ୍ୱାଡର୍ନକୁ ୨୦୨୫ ଶେଷବେଳକୁ ସେନାରୁ ହଟାଇ ଦିଆଯିବ । ଭାରତୀୟ ବାୟୁସେନାର ଏହି ଲଢୁଆ ଜେଟ୍ ପୁଲୱାମା ଆତଙ୍କୀ ଆକ୍ରମଣର ୨ ସପ୍ତାହ ପରେ ବାଲାକୋଟରେ ଜୈସ୍-ଏ-ମହମ୍ମଦ ଆତଙ୍କୀ ଟ୍ରେନିଂ କ୍ୟାମ୍ପ ଉପରେ ବୋମା ବିସ୍ଫୋରଣ କରାଇଥିଲା ।

Leave A Reply

Your email address will not be published.