ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଇବେ ପ୍ରବାସୀ ଶ୍ରମିକ

0

ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶରେ ସଫଳତାର ସହ କାର୍ଯ୍ୟ କରିଚାଲିଛି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା । ଏବେ ଏହାକୁ ନେଇ ଏକ ବଡ଼ ଖବର ଆସିଛି । ଆୟୁଷ୍ମାନ ଭାରତରେ ଦେଶର ଯେ କୌଣସି ସ୍ଥାନରେ ତାଲିକାରେ ଥିବା ପବ୍ଲିକ ଏବଂ ବେସରକାରୀ ହସ୍ପିଟାଲରୁ ସେବା ପାଇବେ। ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା। ପ୍ରବାସୀ ଶ୍ରମିକମାନେ ଲାଭ ପାଇବେ। ରୋଗୀ ହସ୍ପିଟାଲାଇଜେସନ ସମୟରେ ରହିବାକୁ ଘର ମିଳିବ। ହସ୍ପିଟାଲାଇଜେସନ ପୂର୍ବ ଏବଂ ପରର ଖର୍ଚ୍ଚ ମିଳିବ। ଚିକିତ୍ସା ସମୟରେ ଜଟିଳ ସ୍ଥିତି ଉପୁଜିଲେ ଏହାର ମୁକାବିଲା କରାଯାଇପାରିବ।

ରୋଗୀ ଚିକିତ୍ସା ହେବା ପୂର୍ବରୁ ଥିବା ଅବସ୍ଥା ପ୍ରଥମ ଦିନରୁ ସାମିଲ ହେବ। ନ୍ୟାସନାଲ ହେଲଥ ଇନସୁରାନ୍ସ ସ୍କିମରେ ଥିବା ହିତାଧିକାରୀ ବିନା ରୋଜଗାର ପ୍ରମାଣପତ୍ରରେ ସ୍ୱାସ୍ଥ୍ୟ ସେବା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ ସହ ଆୟୁଷ୍ମାନ ଲାଗୁ କରିବାରେ ଅସୁବିଧା ନାହିଁ।

Leave A Reply

Your email address will not be published.