ଭୁବନେଶ୍ୱର (ଆମ ଟିଭି): ଭିଜିଲାନ୍ସ ଜାଲରେ କୋଟିପତି ବାବୁ । ପାଖାପାଖି ୨ କୋଟିରୁ ଉର୍ଦ୍ଧ ଟଙ୍କା ଜବତ ହୋଇଥିବା ମିଳିଛି ସୂଚନା । ଏହି କୋଟିପତି ବାବୁ ହେଉଛନ୍ତି ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ । ପ୍ରଶାନ୍ତ ରାଉତଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ତେବେ ତାଙ୍କ ପଡ଼ୋଶୀଙ୍କ ଘର ଛାତରୁ ୫୦୦ ଟଙ୍କିଆ ନୋଟ ଭର୍ତ୍ତି ୬ଟି ପେଟି ଜବତ ହୋଇଛି। ତା ସହ ସୁନା, ରୁପା ଅଳଙ୍କାର ମଧ୍ୟ ଜବତ କରାଯାଇଛି ।
ପ୍ରଶାନ୍ତ ରାଉତଙ୍କ ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ନବରଙ୍ଗପୁରରେ ଥିବା ଘର, ଅଫିସ ଚାମ୍ବରରେ ଚାଲିଛି ରେଡ୍ । ଭଦ୍ରକ ବହୁଦରଡାରେ ଥିବା ପୈତୃକ ଘରେ ଚାଲିଛି ରେଡ୍ । ରେଡ୍ରେ ୨ ଜଣ ଅତିରିକ୍ତ ଏସପି, ୭ ଜଣ ଡିଏସପି ଓ ୮ ଜଣ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।