ମୀରା ଫେଷ୍ଟିଭାଲ ଅଫ ଡାନ୍ସ ଉଦଯାପିତ*

0

ଭୁବନେଶ୍ୱର ;ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ଶ୍ରୀ ଦୁର୍ଗା ଚରଣ ରଣବୀର ଙ୍କ ଦ୍ୱାରା ସ୍ଥାପିତ ତଥା ସଂଚାଳିତ ଅଗ୍ରଣୀ ନୃତ୍ୟାନୁସ୍ଥାନ ନୃତ୍ୟାୟନ ଆନୁକୂଲ୍ୟରେ ତା.୨୪ ଏବଂ ୨୫ ଫେବୃଆରୀ ରେ ଦୁଇ ଦିନ ବ୍ୟାପୀ ରବୀନ୍ଦ୍ର ମଣ୍ଡପଠାରେ ମୀରା ଫେଷ୍ଟିଭାଲ ଅଫ ଡାନ୍ସ ଆୟୋଜନ ର ଦ୍ଵିତୀୟ ଦିନ ଉଦଯାପନୀ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ଶ୍ରୀ ରାଧାଶ୍ୟାମ ପାତ୍ର ଙ୍କ ସଭାପତିତ୍ୱ ତଥା ଗୁରୁଶ୍ରୀ ଦୁର୍ଗା ଚରଣ ରଣବୀର ସମ୍ପାଦକୀୟତା ରେ ସମ୍ମାନନୀୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି, ପ୍ରଖ୍ୟାତ ଓଡିଶୀ ଗୁରୁ ଡକ୍ଟର ପ୍ରିୟମ୍ବଦା ମହାନ୍ତି ସମ୍ମାନିତ ଅତିଥି ପ୍ରମୁଖ ସମ୍ମାନସ୍ପଦ ଅତିଥିଙ୍କ ଆସନ ଅଳଙ୍କୃତ କରିଥିଲେ l ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ଦିଲ୍ଲୀ ରୁ ନିମନ୍ତ୍ରିତ ହୋଇଥିବା ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଗୀତା ମହାଲିକ ଯିଏ କି “ଗୁରୁଶ୍ରୀ ଦୁର୍ଗା ଚରଣ ରଣବୀର ଜୀବନବ୍ୟାପୀ ସାଧନା” ସମ୍ମାନ ରେ ସମ୍ମାନୀତା ହୋଇଥିଲେ ତାଙ୍କର ନୃତ୍ୟ ପରିବେଷଣ ରେ ଉତ୍ସବ ର ଶୁଭାରମ୍ଭ ହୋଇଥିଲା । ଶ୍ରୀମତୀ ଗୀତା ମହାଲିକଙ୍କ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ ।

ଦ୍ଵିତୀୟ ପରିବେଷଣ ରେ ମୁମ୍ବାଇ ରୁ ଆସିଥିବା ବିଶିଷ୍ଟ କଥକ ନୃତ୍ୟ ଶିଳ୍ପୀ ସ୍ୱୀକୃଥ ବି. ପି ଙ୍କ ନୃତ୍ୟ ରେ ସ୍ତବ୍ଧ ହୋଇଥିଲେ ଦର୍ଶକ । ତୃତୀୟ ରେ ସୟାନି ଚକ୍ରବର୍ତ୍ତୀ ଓ ଶୁଭମ କୁମାର ଓଝା ଙ୍କ ଦ୍ୱେତ ନୃତ୍ୟ ଥିଲା । ଚତୁର୍ଥ ଅର୍ଘ୍ୟ ଥିଲା ପ୍ରଖ୍ୟାତ ନୃତ୍ୟ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର ଙ୍କ ସୃଜନ ର ମିଳିତ ନୃତ୍ୟ । ଓଡିଶା ର ମହାନ୍ ଶାସ୍ତ୍ରୀୟ ନୃତ୍ୟ କୁ ବିଶ୍ବବ୍ଯାପୀ ପ୍ରଚାର ଓ ପ୍ରସାର ତଥା ଅନେକ ବିଶିଷ୍ଟ ନୃତ୍ଯ ଶିଳ୍ପୀ ଙ୍କୁ ସୃଷ୍ଟି କରିଥିବା ଲାଗି ଗୁରୁ ଦୁର୍ଗା ଚରଣ ରଣବିର ଙ୍କ ଭୂମିକାକୁ ସମସ୍ତ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ ଏବଂ ଉତ୍ସବ ର ଆୟୋଜକ ସହିତ ସମସ୍ତ ସହଯୋଗୀ ଙ୍କ ଅବଦାନ କୁ ପ୍ରଶଂସା କରିଥିଲେ । ଏସବୁ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ କୁ ଦର୍ଶକ ମାନେ ମନ ଭରି ଉପଭୋଗ କରିଥିଲେ । କାର୍ଯ୍ୟକ୍ରମ ର ସଫଳତା ପାଇଁ ଶ୍ରୀ ଧିରେନ୍ଦ୍ର ପଟ୍ଟନାୟକ, ଗାୟତ୍ରୀ ରଣଵୀର, ଦୀପ୍ତି ରାଉତରାୟ , ଶ୍ରଦ୍ଧାଞ୍ଜଳୀ ରାହୁଲ, ରାଜଶ୍ରୀ ଚିନ୍ତକ, ଅସିତ ବସୁମଲ୍ଲିକ, ସତ୍ଯଜିତ୍ ମହାନ୍ତି, ରାହୁଲ ଆଚାର୍ଯ୍ୟ, ଅଜୟ ମହାପାତ୍ର, ଅର୍ଜୁନ ମୁଦୁଲି, ଖଗେଶ୍ବର ଜୟପୁରିଆ ଙ୍କ ଅବଦାନ ପ୍ରଶଂସନୀୟ । କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ସୁନାମଧନ୍ୟ ଉପସ୍ଥାପକ ଡଃ ମୃତ୍ଯୁଞ୍ଜୟ ରଥ।

Leave A Reply

Your email address will not be published.