ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲା: ବାବା ରାମଦେବଙ୍କ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

0

ଗତ କିଛି ଦିନ ହେବ ପତଞ୍ଜଳି କମ୍ପାନିର ବିଭ୍ରାନ୍ତକାର ବିଜ୍ଞାପନକୁ ନେଇ ବିବାଦ ଲାଗି ରହିଥିଲା। ଏବେ ଏହି ମାମଲାରେ ଯୋଗ ଗୁରୁ ବାବା ରାମଦେବ ଏବଂ ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ବସ୍ତି ମିଳିଛି। ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ବିରୋଧରେ ଆବେଦନ କରାଯାଇଥିବା ମାନହାନୀ ମାମଲାକୁ ଆଜି ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି। ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ଉଭୟଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ମାମଲା ବନ୍ଦ କରିଥିବା ଜଣାପଡ଼ିଛି।

ନେଇ ସୁପ୍ରିମକୋର୍ଟ ନୋଟିସ ପଠାଇବା ପରେ ଉଭୟ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣା କ୍ଷମା ପ୍ରାର୍ଥନା କରିଥିଲେ। ଏହା ଉପରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ଦୁହିଁଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ମାମଲା ବନ୍ଦ କରିଥିବା ନେଇ ରାୟ ଶୁଣାଇଛନ୍ତି।

ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ), ପତଞ୍ଜଳି ଉପରେ କୋଭିଡ-୧୯ ଟୀକାକରଣକୁ ନେଇ ଏକ ଅଭିଯାନ ଚଳାଇଥିବାର ଆରୋପ ଲଗାଇଥିଲା। ଭାରତୀୟ ମେଡିକାଲ୍ ଆସୋସିଏସନ୍ ଦ୍ବାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ହେତୁ ଏଲୋପାଥି ଔଷଧ ଅବହେଳିତ ହେଉଛି। ଏହା ଉପରେ କୋର୍ଟ ଚେତାବନୀ ଦେଇଥିଲେ ଯେ ପତଞ୍ଜଳି ଆୟୁର୍ବେଦ ମିଥ୍ୟା ଏବଂ ବିଭ୍ରାନ୍ତିକର ବିଜ୍ଞାପନ ତୁରନ୍ତ ବନ୍ଦ କରୁ।

Leave A Reply

Your email address will not be published.