ବିଭ୍ରାନ୍ତିକର ବୟାନ ଚିନ୍ତାଜନକ – ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

0

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଜି କହିଛି ଯେ ଆମେରିକାର ସହାୟତା ପାଣ୍ଠି ବିଷୟରେ ଦିଆଯାଉଥିବା ବୟାନ ଚିନ୍ତାଜନକ ଏବଂ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀ ହସ୍ତକ୍ଷେପକୁ ନେଇ ଚିନ୍ତା ସୃଷ୍ଟି କରିଛି। ଶୁକ୍ରବାର ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ସମ୍ପୃକ୍ତ ବିଭାଗ ଏବଂ ଏଜେନ୍ସିମାନେ ଏହି ବିଷୟରେ ଅନୁଧ୍ୟାନ କରୁଛନ୍ତି। ଆମେରିକା ସହାୟତା ପାଣ୍ଠି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି।

ଶ୍ରୀ ଜୈସୱାଲ ଏହା ମଧ୍ୟ କହିଛନ୍ତି ଯେ ଭାରତ ସରକାର ଦେଶର ସମସ୍ତ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ନିରାପତ୍ତା ଏବଂ କଲ୍ୟାଣକୁ ଉଚ୍ଚ ପ୍ରାଥମିକତା ଦିଅନ୍ତି। ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିବା ପରଠାରୁ ମନ୍ତ୍ରଣାଳୟ ଓଡ଼ିଶା ସରକାର ଓ କିଟ୍ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି। ମନ୍ତ୍ରଣାଳୟ ନେପାଳ କର୍ତ୍ତୃପକ୍ଷଙ୍କ ସହ ଘନିଷ୍ଠ ଯୋଗାଯୋଗରେ ଅଛି ବୋଲି ସେ କହିଛନ୍ତି। ଶ୍ରୀ ଜୟସ୍ୱାଲ କହିଛନ୍ତି ଯେ ଓଡ଼ିଶା ପୋଲିସ ଅଭିଯୁକ୍ତଙ୍କ ସମେତ ଅନେକଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.