ନୂଆବର୍ଷ ପୂର୍ବ ସଂଧ୍ୟାରେ କିଭରେ କ୍ଷେପଣାସ୍ତ୍ର ମାଡ଼
ନୂଆଦିଲ୍ଲୀ (ଆମ ଟିଭି): ଭୟରେ ନୂଆବର୍ଷ ପାଳନ କରୁଛନ୍ତି ୟୁକ୍ରେନ୍ ବାସୀ । କାରଣ ଏବେ ବି ୟୁକ୍ରେନ୍ ଉପରେ ଜାରି ରହିଛି ଋଷର ଆକ୍ରମଣ । ନୂଆବର୍ଷ ପୂର୍ବ ସଂଧ୍ୟାରେ ୟୁକ୍ରେନ୍ ରାଜଧାନୀ କିଭରେ ପ୍ରଚଣ୍ଡ ଆକ୍ରମଣ ହୋଇଛି। ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଲୋକେ ଏକାଠି ହୋଇଥିବା ବେଳେ ରୁଷ୍ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ୨୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରି କିଭରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ରୁଷ୍ । ଏୟାର ରେଡ୍ ସାଇରନ୍ ତୁହାକୁ ତୁହା ବାଜୁଥିବା ଦେଖିବାକୁ ମିଳିଛି । ହଜାର ହଜାର ଲୋକ ସୁରକ୍ଷିତ ଆଶ୍ରୟସ୍ଥଳରେ ରହିଛନ୍ତି ।
ୟୁକ୍ରେନ୍ ମଧ୍ୟ ରୁଷ କ୍ଷେପଣାସ୍ତ୍ର ମାଡ଼ର ଜବାବ ଦେଇଛି । ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଦ୍ୱାରା ଅନେକ ରୁଷୀୟ କ୍ଷେପଣାସ୍ତ୍ରକୁ ନଷ୍ଟ କରାଯାଇଛି । ଦୁଇ ଦିନ ତଳେ ରୁଷ୍ ୧୨୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରି ଆତଙ୍କ ସୃଷ୍ଟି କରିଥିଲା । ଏହାର ଭିତରେ ଟ୍ୱିଟ୍ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । କହିଛନ୍ତି, ୨୦୨୩ ହେବ ବିଜୟର ବର୍ଷ ।