ମିଳି ଗଲେ ନିଖୋଜ ଆପ ନେତା

0

ନୂଆଦିଲ୍ଲୀ:  ଙ୍ଗଳବାର ସନ୍ଧ୍ୟା ବେଳଠାରୁ ସେ ଓ ତାଙ୍କର ପରିବାର ସଦସ୍ୟଙ୍କର ପତ୍ତା ମିଳୁନାହିଁ ବୋଲି ଆଜି ‘ଆପ୍‌’ ନେତାମାନେ କହିବା ସହିତ ‘ବିଜେପି’ ତାଙ୍କୁ ଅପରହଣ କରି ନେଇଥିବା ଦାବି କରିଥିଲେ। ଗୁଜରାଟ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯିବା ଲାଗି ମଧ୍ୟ ତାଙ୍କ ବାଧ୍ୟ କରାଯାଉଛି ବୋଲି ଅରବିନ୍ଦ କେଜ୍ରିୱାଲ୍‌ ଓ ମନୀଷ ସିସୋଦିଆଙ୍କ ସମତେ ଅନ୍ୟ ‘ଆପ୍‌’ ନେତାମାନେ ଅଭିଯୋଗ କରିଥିଲେ।

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ଏବେ କେନ୍ଦ୍ରୀୟ ନିର୍ବାଚନ ଆୟୋଗକୁ ଯାଉଛି। ଗୁଣ୍ଡାଙ୍କ ବଳରେ ‘ବିଜେପି’ ସୁରତ (ପୂର୍ବ) ଆସନର ପ୍ରାର୍ଥୀ କଞ୍ଚନ ଜରୀୱାଲାଙ୍କୁ ଅପରହଣ କରାଇବା ସହିତ ପୁଲିସ ବଳରେ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଇଛି। ଏଭଳି ପରିସ୍ଥିତିରେ ନିର୍ବାଚନର ଆଉ କି ଅର୍ଥ ରହିଲା ।

ଜରୀୱାଲାଙ୍କୁ ୫୦୦ରୁ ଊର୍ଦ୍ଧ୍ବ ପୁଲିସ ଘେରି ରହିଛନ୍ତି ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଲାଗି ତାଙ୍କୁ ବାଧ୍ୟ କରାଯାଇଛି ବୋଲି ସିସୋଦିଆ ଅଭିଯୋଗ କରିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ଗୁଜରାଟ ସୁରତ (ପୂର୍ବ) ଆସନ ପାଇଁ ଆମ ପ୍ରାର୍ଥୀଙ୍କୁ ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ଙ୍କ କାର୍ଯ୍ୟାଳୟକୁ ଅଣାଯାଇଛି। ତାଙ୍କୁ ୫୦୦ରୁ ଅଧିକ ପୁଲିସ ବେଢ଼ିଛନ୍ତି।

Leave A Reply

Your email address will not be published.