ମିଶନ୍ ୨୦୨୪, ଛାତ୍ର ଓ ଯୁବ ପରେ ୩୯୩ ଜଣିଆ ଜୁମ୍ବୋ ଟିମ୍ ଗଢ଼ିଲା ବିଜେଡି

0

ଭୁବନେଶ୍ବର (ଆମ ଟିଭି): ବିଜେଡି ମିଶନ୍ ୨୦୨୪: ଛାତ୍ର ଓ ଯୁବ ପରେ ୩୯୩ ଜଣିଆ ଜୁମ୍ବୋ ଟିମ୍ ଗଢ଼ିଲା ବିଜେଡି। ନିର୍ବାଚନ ବୈତରଣୀ ପାର ହେବା ଲାଗି ଯୁବ ଓ ଛାତ୍ର ପରେ ମହିଳା ସଂଗଠନକୁ ଦଳ ପ୍ରାଧାନ୍ୟ ଦେଇଛି । କିନ୍ତୁ ବିରୋଧୀ ଏଥିରୁ ରାଜନୈତିକ ଗନ୍ଧ ବାରିଛନ୍ତି । ଅସନ୍ତୁଷ୍ଟଙ୍କୁ ଥଇଥାନ୍ କରିବାକୁ ବିଜେଡି ଏଭଳି ରଣନୀତି ଆପଣାଇଛି ବୋଲି ବିରୋଧୀ କହୁଛନ୍ତି।

ଯୁବ ଆଉ ଛାତ୍ର ପରେ ସମାନ ଢାଞ୍ଚାରେ ଏବେ ମହିଳା ସଂଗଠନକୁ ବିଶାଳ ରୂପ ଦେଇଛି ଦଳ । ମହିଳା ସଂଗଠନରେ ମୋଟ୍ ୩୯୩ ଜଣଙ୍କୁ ସ୍ଥାନ ମିଳିଥିବା ବେଳେ ବିଜୁ ଛାତ୍ର ଜନତା ଦଳରେ ୨୦୫ ଓ ବିଜୁ ଯୁବ ଜନତା ଦଳରେ ରହିଛନ୍ତି ୧୮୨ ଜଣ । ତେବେ କାହିଁକି ନିଜର ପ୍ରତିଟି ଓ୍ୱିଙ୍ଗକୁ ବଡ଼ ଆକାର ଦେଉଛି ବିଜେଡି ? କଣ ଏହା ପଛର କାରଣ ? ପ୍ରତିପକ୍ଷକୁ କୌଣସି ସୁଯୋଗ ଦେବାକୁ ଚାହୁଁନି କି ଦଳ । ସେଇଥିପାଇଁ ଦଳ ଯୁବ, ଛାତ୍ର ଓ ମହିଳା ସଂଗଠନକୁ ମଜବୁତ କରୁଛି ।

Leave A Reply

Your email address will not be published.