ଅନ୍ତର୍ଜାତୀୟ କ୍ରିକେଟକରୁ ଅବସର ନେଲେ ମିଥାଲି ରାଜ୍‌

0

ନୂଆଦିଲ୍ଲୀ(ଆମ ଟିଭି): ଭାରତୀୟ ମହିଳା କ୍ରିକେଟର କିମ୍ବଦନ୍ତୀ ଖେଳାଳି  ମିଥାଲି ରାଜ୍ ଅନ୍ତର୍ଜାତୀୟ କ୍ରିକେଟକକୁ ବାଏ ବାଏ କରିଛନ୍ତି । ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ମହିଳା କ୍ରିକେଟର ସଦସ୍ୟ ଓ କ୍ୟାପ୍ଟେନ ହୋଇଥିବା ମିଥାଲି ଆଜି ଟ୍ୱିଟ କରି ଏନେଇ ସଳଚନା ଦେଇଛନ୍ତି ।  ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା କଥା ସେ ଉତ୍ତେଖ କରିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି, ପ୍ରଥମେ ଖେଳାଳି ଓ ପରେ ଭାରତୀୟ ମହିଳା ଟିମ୍ କ୍ୟାପ୍ଟେନ ଭାବେ ମୋତେ ବହୁତ ସମର୍ଥନ ମିଳିଛି। ଭାରତର ନେତୃତ୍ୱ ଦୀର୍ଘ ବର୍ଷ ଧରି ନେବା ଗର୍ବର ବିଷୟ। ମୋ ୨୩ ବର୍ଷର ଯାତ୍ରା ସମ୍ଭବତଃ ଶେଷ ହୋଇ ଯାଇଛି। କିନ୍ତୁ ମୁଁ ଯେଉଁ ଖେଳକୁ ଏତେ ଭଲ ପାଉଛି, ନିଶ୍ଚିତ ତା’ ସହ ଯୋଡ଼ି ହୋଇ ରହିବି। ଭାରତ ତଥା ବିଶ୍ୱରେ ମହିଳା କ୍ରିକେଟର ଉନ୍ନତି ପାଇଁ ମୁଁ ଯଥା ସମ୍ଭବ ଚେଷ୍ଟା କରିବି ଏହା ସହ ସେ ସ୍ୱତନ୍ତ୍ର ଭାବେ ବିସିସିଆଇ ଓ ସମ୍ପାଦକ ଜୟ ଶାହଙ୍କୁ ଧନ୍ୟବାଦ ଦେଇଛନ୍ତି।

ସୂଚନାଯୋଗ୍ୟ, ମିଥାଲି ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ ରହିଛି। ସେ ଭାରତ ପାଇଁ ୨୩୨ଟି ମ୍ୟାଚ୍ ଖେଳି ୫୦.୬୮ ହାରରେ ୭୮୦୫ ରନ୍ କରିଛନ୍ତି। ଏଯାଏ ତାଙ୍କୁ ରେକର୍ଡକୁ ବିଶ୍ୱର କୌଣସି ମହିଳା କ୍ରିକେଟର ଅତିକ୍ରମ କରି ପାରି ନାହାନ୍ତି।

Leave A Reply

Your email address will not be published.