ବିଧାୟକଙ୍କୁ ମହୁମାଛି ଆକ୍ରମଣ

0

ଭୁବନେଶ୍ୱର :ମହୁମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଆହତ ହୋଇଛନ୍ତି। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସାପରେ ବିଧାୟକ ସୁସ୍ଥ ଥିବା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ ଧନେଶ୍ୱର ସେଠୀ କହିଛନ୍ତି।

ଆଜି ସକାଳେ ବିଧାୟକ ଶ୍ରୀ ସେଠୀ ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ। ଏହି ସମୟରେ ବ୍ଲକ ଅଫିସ ନିକଟରେ ତାଙ୍କୁ ମହୁମାଛିମାନେ ଆକ୍ରମଣ କରିଥିଲେ। ବିଧାୟକ ସେ ସ୍ଥାନରୁ ଦୌଡ଼ି ପଳାଇଥିଲେ। ପରେ ସ୍ଥାନୀୟ ଲୋକେ ବିଧାୟକଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବିଧାୟକଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି।

Leave A Reply

Your email address will not be published.