ଦୁର୍ଘଟଣାରେ ବିଧାୟକଙ୍କ ମୃତ୍ୟୁ

0

ତେଲେଙ୍ଗାନାର ସାଙ୍ଗରେଡ୍ଡି ଜିଲ୍ଲାର ସୁଲତାନପୁର ଆଉଟର ରିଙ୍ଗ ରୋଡରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ BRS ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଛି। ଲସ୍ୟା ତେଲଙ୍ଗାନାର ସିକନ୍ଦରାବାଦ କେଣ୍ଟ ସିଟ୍‌ରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା।

ବିଧାୟିକାଙ୍କ ଗାଡ଼ିଟି ଦ୍ରୁତ ଗତିରେ ରିଙ୍ଗ ରୋଡରେ ଯାଉଥିବା ବେଳେ ଡ୍ରାଇଭରଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ଡିଭାଇଡରରେ ପିଟି ହୋଇ ଯାଇଥିଲା। । ଫଳରେ ଗୁରୁତର ହୋଇ ପଡ଼ିଥିବା ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ କାର୍‌ ଡ୍ରାଇଭର ଗମ୍ଭୀର ରୂପେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜି ଲସ୍ୟା ନନ୍ଦିତା ଙ୍କ ପିତା ଜି ସାୟାନ୍ନା ସିକନ୍ଦରାବାଦର କେଣ୍ଟ ସିଟ୍‌ରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଗତ ବର୍ଷ ଫେବୃୟାରୀରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ହୋଇଥିବା ନିର୍ବାଚନରେ ନନ୍ଦିତା ସିକନ୍ଦରାବାଦରୁ ନିର୍ବାଚନ ମଇଦାନକୁ ଓହ୍ଳାଇଥିଲେ ଓ ବିଜୟୀ ହୋଇଥିଲେ। ସେ ବିଜେପି ପ୍ରାର୍ଥୀଙ୍କୁ ୧୭ ହରାଇ ଭୋଟରା ହରାଇ ଜିତିଥିଲେ।

ଚଳିତ ମାସରେ ନନ୍ଦିତା ଆଉ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ନଲଗୋଣ୍ଡା ଯିବା ବାଟରେ ନାରକେଟପଲ୍ଲୀରେ ତାଙ୍କ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲା। ମାତ୍ର ସେ ଉକ୍ତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ହୋମ ଗାର୍ଡଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.