ନାଳକୁ ଖସିଲା ମୋ ବସ: ୨୦ରୁ ଅଧିକ ଯାତ୍ରୀ ଆହତ

0

ଭୁବନେଶ୍ୱର (ଆମ ଟିଭି):  ଖୋର୍ଦ୍ଧା ପିତାପଲ୍ଲୀ ନିକଟରେ ନାଳକୁ ଖସିଲା ମୋ ବସ । ନାଳକୁ ଅଚାନକ ବସଟି ଖସିବା କାରଣରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ମୋ ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରୁଥିଲା । ବସରେ ୪୦ରୁ ଅଧିକ ଯାତ୍ରୀ ରହିଥିଲେ । ତେବେ ଭାରସାମ୍ୟ ହରାଇ ବସଟି ନାଳକୁ ଖସିପଡିବା କାରଣରୁ ୨୦ ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ପ୍ରଥମେ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଆହତଙ୍କ ମଧ୍ୟରୁ ୫ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.