ଛୁଆଙ୍କ ପାଇଁ କାଳ ସାଜିଛି ମୋବାଇଲ, ବହିକୁ ସ୍ମାର୍ଟଫୋନ୍ ଭଳି ବ୍ୟବହାର କରୁଛନ୍ତି: ସର୍ଭେ ରିପୋର୍ଟ

0

ନୂଆଦିଲ୍ଲୀ: ଏମିତି କେଉଁ ଲୋକ ନାହିଁ ଯାହା ପାଖରେ ସ୍ମାର୍ଟଫୋନ ନାହିଁ । ଯାହାକୁ ଦେଖି ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ ଫୋନ । ଆଉ ଏଥିରୁ ବାଦ ପଡ଼ିନାହାଁନ୍ତି ଛୋଟ ପିଲା । ସେମାନଙ୍କର ଫୋନ ଆବଶ୍ୟକ ହେଉଛି । ସ୍ମାର୍ଟ ଫୋନରେ କାର୍ଟୁନ୍‌, ଗୀତ, ଭିଡିଓ ଗେମ୍‌ ମାୟାରେ ପିଲାମାନେ ବାୟା ହୋଇଯାଇଛନ୍ତି । ଏମିତି କି ପିଲା ଅଝଟ କଲେ ବାପାମାଆମାନେ ସ୍ମାର୍ଟ ଫୋନ ଧରାଇ ଦେଇ ଶାନ୍ତ କରୁଛନ୍ତି । କିନ୍ତୁ ଏହା ଯେ, ପିଲା ଉପରେ କୁପ୍ରଭାବ ପକାଉଛି ତାହା ଅନେକଙ୍କ ଦୃଷ୍ଟି ଆଢୁଆଳରେ ଅଛି । ଛୋଟ ପିଲାମାନେ ସକାଳୁ ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ମୋବାଇଲ, ଟିଭି କିମ୍ବା କମ୍ପ୍ୟୁଟରରେ ନିଜକୁ ହଜେଇ ରଖୁଛନ୍ତି । ଯାହା ଫଳରେ ପରବର୍ତ୍ତୀ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ବ୍ରିଟେନର କିଣ୍ଡ୍ରେଡ ସ୍କ୍ବୋୟର୍ଡ ଗବେଷଣାରେ ପ୍ରାଥମିକ ଶ୍ରେଣୀର ୨୬% ପିଲାମାନେ ଶୌଚାଳୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାଙ୍କୁ ନିଜେ ଭୋଜନ କରିବା, ଡାଇପର ବଦଳାଇବା ଓ ମୌଳିକ କୌଶଳ ଶିଖିବାରେ ସମସ୍ୟା ହେଉଛି।
ଶିକ୍ଷକ ଏବଂ ବିଶେଷଜ୍ଞମାନେ ଏହାକୁ “ପ୍ରଣାଳୀଗତ ସଙ୍କଟ” ଭାବେ ବର୍ଣ୍ଣନା କରିଛନ୍ତି। ସରକାର ପିଲାଙ୍କୁ ସ୍କୁଲ ପାଇଁ ପ୍ରସ୍ତୁତ କରିବା ଓ ମୌଳିକ ଜୀବନ କୌଶଳ ଶିଖାଇବାରେ ଜୋର ଦେଉଛି।

ଗବେଷଣା ଅନୁସାରେ, ୧ ହଜାର ପ୍ରାଥମିକ ବିଦ୍ୟାଳୟରୁ ତିନିରୁ ଗୋଟିଏ ଶିଶୁ ପ୍ରାଥମିକ ଶିକ୍ଷା ପାଇଁ ପ୍ରସ୍ତୁତ ନଥିଲେ। ୮୮% ଅଭିଭାବକ କହିଛନ୍ତି, ତାଙ୍କ ପିଲା ସ୍କୁଲ ପାଇଁ ପ୍ରସ୍ତୁତ ଏବଂ ୩୫% ଅଧିକ ପ୍ରସ୍ତୁତ। ୯୪% ଅଭିଭାବକ ସରକାରକୁ ମାର୍ଗଦର୍ଶନ ଜାରି କରିବା ପାଇଁ ଚାହାଁଛନ୍ତି।

ଏଭଳି ସମସ୍ୟାର ମୂଳ କାରଣ
ଅତ୍ୟଧିକ ସ୍କ୍ରିନ୍ ଟାଇମ, ପର୍ଯ୍ୟାପ୍ତ ସାମଗ୍ରୀ ନଥିବା, ପିଲାଙ୍କର ମୌଳିକ କୌଶଳ ବିକାଶରେ ବିଳମ୍ବ।

ଏହାର ପ୍ରତିକାର
ମୋବାଇଲ ଠାରୁ ପିଲାଙ୍କୁ ଦୂରେଇ ରଖିବା ପାଇଁ ବାରମ୍ବାର ବାହାରକୁ ଛୋଟ ପିଲାଙ୍କୁ ବୁଲାଇବାକୁ ନିଅନ୍ତୁ । ଖେଳକୁଦ କରିବାକୁ ଦିଅନ୍ତୁ । ଅନ୍ୟ ପିଲାଙ୍କ ସହ ମିଶିବାକୁ ଦିଅନ୍ତୁ । ବିଭିନ୍ନ ଲୋକଙ୍କ ସହ କଥା ହେବା ପାଇଁ କୁହନ୍ତୁ । ପ୍ରାକୃତିକ ପରିବେଶରେ ବୁଲାଇବାକୁ ଚେଷ୍ଟା କରନ୍ତୁ । ଦିନକୁ ଅତି କମରେ ୨-୪ ଘଣ୍ଟା ବାହାରେ ଖେଳିବାକୁ ଛାଡନ୍ତୁ । ବର୍ଷା ଦିନରେ ପିଲାଙ୍କୁ ଘରୁ ଅନେକ ଅଭିଭାବକମାନେ ଛାଡନ୍ତି ନାହିଁ ତେଣୁ ବର୍ଷା କମିଗଲା ପରେ ବାହାରକୁ ବୁଲାଇବାକୁ ନେବା ଆବଶ୍ୟକ ।

Leave A Reply

Your email address will not be published.