ମକ୍ ଡ୍ରିଲ୍ ପାଇଁ ପରାମର୍ଶ: ସାଇରନ୍ ଶଦ୍ଦ ଶୁଣିଲେ ଛାତତଳକୁ ଯାଆନ୍ତୁ
ଭାରତ-ପାକିସ୍ତାନ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା ମଧ୍ୟରେ ବୁଧବାର ଦେଶର ୨୪୪ଟି ଜିଲ୍ଲାରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ କରିବେ। ଏହି ମକ୍ ଡ୍ରିଲ୍ରେ ଓଡ଼ିଶାର ୧୨ଟି ଜିଲ୍ଲା ମଧ୍ୟ ସାମିଲ କରାଯାଇଛି, ଯେଉଁଥିରେ ଭୁବନେଶ୍ବର ମଧ୍ୟ ସାମିଲ ରହିଛି। ବୋମା ବର୍ଷଣକୁ ନେଇ ମକ୍ ଡ୍ରିଲ୍ କରାଯିବ। ଅପରାହ୍ନ ୪ଟା ବେଳେ ସାଇରନ୍ ବାଜିବ। ୫ ମିନିଟ ଧରି ଏହି ସାଇରନ୍ ବାଜିବ। ସାଇରନ ଶଦ୍ଦ ଶୁଣିଲେ ଛାତ ତଳକୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଲୋକଙ୍କୁ ଅନୁରୋଧ କରାଯାଉଛି। ଅଗ୍ନିଶମ ଆଇଜି ଉମାଶଙ୍କର ଦାଶ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।