ଓଡ଼ିଶାରେ ଏବେ ମଡେଲ ରାଜନୀତି,ଜାଣନ୍ତୁ କାହାର କେଉଁ ମଡେଲ

0

ଭୁବନେଶ୍ୱର:  ବିଜେଡିର ଏହି ପଦ୍ମପୁର ମଡେଲ୍‌କୁ ୨୦୨୪ ସାଧାରଣ ନିର୍ବାଚନରେ ପ୍ରୟୋଗ କରାଯିବ ବୋଲି ବିଜେଡି ନେତାମାନେ ପୂର୍ବରୁ ଘୋଷଣା କରିଛନ୍ତି। ଆଜି ଏହାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ବିଜେଡି ପାଖରେ ପଦ୍ମପୁର ମଡେଲ ଥିଲେ ବିଜେପି ପାଖରେ ଧାମନଗର ମଡେଲ ରହିଛି। ୨୦୨୪କୁ ସାମ୍ନା କରିବା ପାଇଁ ଧାମନଗର ଓ ପଦ୍ମପୁର ଉପନିର୍ବାଚନ ଆମକୁ ବହୁ ଶିକ୍ଷା ଦେଇଛି। ଆଜି ବିଜେପି ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ରହିଛି। ଓଡ଼ିଶା ସରକାରଙ୍କ ଅପାରଗତା, ସ୍ଥାଣୁତା ଓ ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରିବ ଦଳ ବୋଲି ଶ୍ରୀ ପ୍ରଧାନ କରିଛନ୍ତି।

ଅନ୍ୟପକ୍ଷରେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ କହିଛନ୍ତି, ପଦ୍ମପୁର ମଡେଲ ଦୁର୍ନୀତି ଭ୍ରଷ୍ଟାଚାରର ମଡେଲ। ଗୁଡ୍‌ ଗଭର୍ଣ୍ଣାନ୍ସ ଦେଖିବାର ଅଛି ତ ଜଣକୁ ଗୁଜରାଟ ମଡେଲ ଦେଖିବାକୁ ପଡ଼ିବ। ଗୁଜରାଟ ମଡେଲକୁ ଆମକୁ ସବୁ ଜାଗାରେ ଆଣିବାର ଅଛି। ପଦ୍ମପୁର ମଡେଲ, ଦୁର୍ନୀତିର ମଡେଲ, ଏହାକୁ ଆମକୁ ଲାଗୁ କରିବାକୁ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ପଦ୍ମପୁର ମଡେଲ ଭ୍ରଷ୍ଟାଚାରର ମଡେଲ, ଲୋକେ ଏହାକୁ ଅସ୍ୱୀକାର କରିବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.