ନୂଆଦିଲ୍ଲୀ (ଆମ ଟିଭି): ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରାୟୋଜିତ ‘ମନ୍ କି ବାତ’ କାର୍ୟ୍ୟକ୍ରମର ୯୯ ତମ ଅଧ୍ୟାୟରେ ସେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହା ମନ୍ କି ବାତ୍ କାର୍ୟ୍ୟକ୍ରମର ୯୯ ତମ ଅଧ୍ୟାୟ ହୋଇଥିବା ବେଳେ ଚଳିତ ବର୍ଷ ଏହା ତୃତୀୟ ଅଧ୍ୟାୟ ।
ଦେଶବାସୀଙ୍କ ସହ ନିଜ ବିଚାର ସେୟାର କରିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏବେ ମନ୍ କି ବାତ କାର୍ୟ୍ୟକ୍ରମର ୯୯ ତମ ଅଧ୍ୟାୟରେ ଆମେ ପହଂଚିସାରିଛୁ । ଏପ୍ରିଲ ୩୦ ତାରିଖରେ ଏହି କାର୍ୟ୍ୟକ୍ରମର ୧୦୦ତମ ଏପିସୋଡକୁ ନେଇ ଲୋକଙ୍କ ଭିତରେ ବହୁତ ଉତ୍ସାହ ରହିଛି । କହିରଖୁ କି ପ୍ରତି ମାସର ଶେଷ ରବିବାରରେ ଅଲ୍ ଇଣ୍ଡିଆ ରେଡିଓରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ କାର୍ୟ୍ୟକ୍ରମ ପ୍ରସାରଣ କରାଯାଉଛି ।
ମନ୍ କି ବାତର ୯୯ ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ଅନ୍ୟର ସେବା ପାଇଁ ନିଜର ଜୀବନକୁ ସମର୍ପିତ କରୁଥିବା ଲୋକଙ୍କ ଉପରେ ଚର୍ଚ୍ଚା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ କି ଅଙ୍ଗଦାନ ଆଜିର ଦିନରେ ଅନ୍ୟକୁ ଜୀବନଦାନ ଦେବାର ଏକ ବଡ ମାଧ୍ୟମ ପାଲଟିଛି । ମୃତ୍ୟୁ ପରେ ଜଣେ ଲୋକର ଶରୀର ଦାନ ଫଳରେ ୮ରୁ ୯ଜଣ ଲୋକଙ୍କର ଜୀବନ ବଞ୍ଚିପାରୁଛି । ଏହି କ୍ରମରେ ସେ ଅଙ୍ଗଦାନ କରିଥିବା କିଛି ପରିବାର ସହିତ ଲାଇଭ କଥା ହୋଇଥିଲେ ।