ଭୁବନେଶ୍ୱରରେ ଜାତୀୟ ଗଣମାଧ୍ୟମକୁ ମୋଦୀଙ୍କ ଦମ୍ଭୋକ୍ତି; କହିଲେ, ଓଡିଶା ଓ ପଶ୍ଚିମବଙ୍ଗ ଲୋକସଭା ନିର୍ବାଚନରେ କ୍ଲିନ ସ୍ୱିପ କରିବ ବିଜେପି

0

ଭୁବନେଶ୍ଵର (ଆମ ଟିଭି): ଭୁବନେଶ୍ୱରରେ ରୋଡ ସୋ’ ସମୟରେ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । କହିଛନ୍ତି ଚଳିତ ନିର୍ବାଚନରେ ଓଡିଶା ଓ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନରେ କ୍ଲିନସୁଇପ କରିବ ବିଜେପି । ଓଡିଶାରେ ଲୋକଙ୍କ ମଧ୍ୟ ଏଥର ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଲୋକଙ୍କ ମଧ୍ୟରେ ଏଭଳି ଉତ୍ସାହ ଓ ଉଦ୍ଦୀପନା କମ ଦେଖିବାକୁ ମିଳିଥାଏ । ଭାଷା ସମସ୍ୟା ଥିଲେ ମଧ୍ୟ ହୃଦୟର ସଂପର୍କ ଓଡିଶା ପାଇଁ ଟର୍ଣ୍ଣିଂ ପଏଂଟ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

 

ସେହିପରି ମୋଦୀ ଇଣ୍ଟରଭ୍ୟୁରେ ବିଭିନ୍ନ ପ୍ରସଙ୍ଗରେ ମତ ରଖି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସଂରକ୍ଷଣ ପ୍ରସଙ୍ଗରେ ମତ ରଖି କହିଛନ୍ତି ମୋଦୀ ଥିବା ଯାଏଁ ଧର୍ମ ଆଧାରରେ ଏସସି, ଏସଟି, ଓବିସି ସଂରକ୍ଷଣରେ କୌଣସି ପରିବର୍ତ୍ତର୍ନ ହେବ ନାହିଁ । ଲୋକଙ୍କ ଅପାର ସମର୍ଥନ ମିଳୁଛି । ମହିଳାମାନେ କହୁଛନ୍ତି, ଦିଲ୍ଲୀରେ ଆମ ପୁଅ ବସିଛି । ଏହା ହିଁ ତାଙ୍କର ରକ୍ଷା କବଚ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଜୁନ ୪ ତାରିଖରେ ଭାରତର ଇତିହାସରେ ବିଜେପି ଓ ଏନଡିଏର ବିପୁଳ ବିଜୟ ହେବ ବୋଲି ଜାତୀୟ ଗଣମାଧ୍ୟମକୁ ଦେଇଥିବା ଇଣ୍ଟରଭ୍ୟୁରେ ମତ ରଖିଛନ୍ତି ନରେନ୍ଦ୍ର ମୋଦୀ ।

Leave A Reply

Your email address will not be published.