ହନୁମାନ ଟାଟୁ କରିଛ, କେମିତି ସାହାଯ୍ୟ କରନ୍ତି.. କେଉଁ ମହିଳା ଖେଳାଳଙ୍କୁ ପଚାରିଲେ ମୋଦୀ
ବିଶ୍ୱବିଜୟୀ ମହିଳା କ୍ରିକେଟ ଦଳ ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଦୁଇ ଘଣ୍ଟା ଧରି ମୋଦୀ ସେମାନଙ୍କ ସହିତ ଆଲୋଚନା କରିଥିଲେ । ବିଶ୍ୱକପରେ ଲଗାତାର ତିନୋଟି ମ୍ୟାଚରେ ପରାଜୟ ହୋଇଥିବା ମହିଳା ଦଳ କିଭଳି କଷ୍ଟକର ସମୟ ଦେଇ ପ୍ରତ୍ୟାବର୍ତନ କରିବା ସହ ଚମ୍ପିଆନ ହୋଇଥିବାର ସବୁ ଖେଳାଳୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱକପ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଦୀପ୍ତି ଶର୍ମାଙ୍କ ପାଇଁ ଡିଏସପି ଶଦ୍ଦ ବ୍ୟବହାର କରିଥିଲେ । ଯିଏକି ଉତ୍ତର ପ୍ରଦେଶ ପୁଲିସରେ ଡିଏସପି ମଧ୍ୟ ଅଛନ୍ତି । ଦୀପ୍ତି ମନେ ପକାଇ କହିଥିଲେ ଯେ ୨୦୧୭ରେ ମୋଦୀ ତାଙ୍କୁ କହିଥିଲେ ଯେ କେବେବି କଠିନ ପରିଶ୍ରମ କରିବା ବନ୍ଦ କର ନାହିଁ । ଦୀପ୍ତି କହିଥିଲେ ମୁଁ ଆପଣଙ୍କ ଭାଷଣ ଶୁଣିଛି, ଏହା ମୋତେ