କଂଗ୍ରେସ ଉପରେ ପୁଣି ବର୍ଷିଲେ ମୋଦି
ଭୋପାଳ : ମଧ୍ୟ ପ୍ରଦେଶର ଓ ରାଜସ୍ଥାନରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାର ଅଛି। ଏଭଳି ସ୍ଥିତିରେ ନିର୍ବାଚନୀ ପରିବେଶ ଖୁବ୍ ସରଗରମ ରହିଛି। ଭୋପାଳରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଘମଣ୍ଡିଆ ମେଣ୍ଟ ବାଧ୍ୟତାମୂଳକ ଭାବରେ ମହିଳା ସଂରକ୍ଷଣ ବିଲ୍ର ସମର୍ଥନ କରିଛି। ତାଙ୍କ ମେଣ୍ଟରେ ବହୁ ଲୋକ ଗତ ୩୦ ବର୍ଷ ହେବ ଏହି ବିଲ୍କୁ ବିରୋଧ କରୁଥିଲେ। ପୂର୍ବରୁ ଏହାକୁ ଚିରି ଦିଆଯାଉଥିଲା କିମ୍ବା ବାଚସ୍ପତିଙ୍କ କଥାକୁ ବିରୋଧ କରୁଥିଲେ। ଏବେ ଏହି ଲୋକ ବହୁତ ଚିନ୍ତିତ ହୋଇଯାଇଛନ୍ତି। ତେଣୁ ଏହି ଲୋକ ନୂଆ ଖେଳ ଖେଳିବେ। ଦେଶର ନାରୀ ଶକ୍ତି ଏକ ନହେଉ ତେଣୁ ବିଭିନ୍ନ ପ୍ରକାର ଗୁଜବ ସୃଷ୍ଟି କରିବେ। ଆପଣ ସମସ୍ତଙ୍କୁ ଏକଜୁଟ ହେବା ଦରକାର।’
ଭୋପାଳ ରାଲିକୁ ସମ୍ବୋଧିତ କରି ମୋଦି କହିଛନ୍ତି, “ଲୋକସଭା ଓ ରାଜ୍ୟସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ଆଇନ ପ୍ରଣୟନ କରାଯାଇଛି। ଏହି ଆଇନକୁ ଦଶନ୍ଧି ଧରି ଅପେକ୍ଷା କରାଯାଇଥିଲା। କୁହାଯାଉଥିଲା ଏହି ଆଇନ କେବେ କାର୍ଯ୍ୟକାରୀ ହେବ ନାହିଁ, କିନ୍ତୁ ଆଜି ଏହି ଆଇନ ପ୍ରଣୟନ ହୋଇଛି। ଯଦି ମୋଦୀ ଅଛନ୍ତି, ତେବେ ସେଠାରେ ଏକ ଗ୍ୟାରେଣ୍ଟି ଅଛି। ମୋଦୀ ଅର୍ଥାତ ପ୍ରତ୍ୟେକ ଯୋଜନା ପୂର୍ଣ୍ଣ ହେବାର ଗ୍ୟାରେଣ୍ଟି। ସେମାନେ ଦଶନ୍ଧି ଧରି ସରକାର ଚଳାଇଥିଲେ, କିନ୍ତୁ କେବେ ଆଇନ ପାସ୍ କରିନଥିଲେ, କାରଣ ତାଙ୍କର ଉଦ୍ଦେଶ୍ୟ ତ୍ରୁଟିପୂର୍ଣ୍ଣ ଥିଲା।’