ବିରୋଧୀଙ୍କୁ ଉପରେ ପୁଣି ବର୍ଷିଲେ ମୋଦି

0

ନୂଆଦିଲ୍ଲୀ :ଯେଉଁ କାମକୁ ଦଶନ୍ଧି ଦଶନ୍ଧି ଧରି ଚଳାଉଥିବା ସରକାର କରିପାରିଲେନି ସେହି କାମ ବିଜେପି ସରକାର କେମିତି କରୁଛି ଏହା ସେମାନଙ୍କୁ ସହ୍ୟ ହେଉନି। ଏଥିପାଇଁ ଘୃଣା ଓ ହତାଶାରେ ଘାଣ୍ଟି ହେଉଥିବା ଏହି ଲୋକେ ଆଜି ମିଛ ମିଛ ପରେ କହି ଚାଲୁଛନ୍ତି। ନିଜ ଭ୍ରଷ୍ଟ କର୍ମର ଖୋଲାସା ହେବା ଦେଖି ସେମାନଙ୍କ ଆଖିରେ ନିଦ ନାହିଁ। ହତାଶାରେ ଭରିଗଲେଶି। ଏହି ଲୋକମାନେ ଏତେ ହତାଶ ଓ ନିରାଶ ହୋଇଯାଇଛନ୍ତି ଯେ, ସେମାନଙ୍କୁ କେବଳ ଗୋଟିଏ ରାସ୍ତା ଦେଖାଯାଉଛି। ଗୋଟିଏ ଉପାୟ ଦେଖାଯାଉଛି। ଆଉ ସେମାନେ ଖୋଲାଖୋଲି କହୁଛନ୍ତି ମୋଦି ତୁମର କବର ଖୋଳିବା । ସେମାନେ କବର ଖୋଳିବାକୁ ଧମକ ଦେଉଛନ୍ତି। ବିଜେପିର ୪୪ତମ ପ୍ରତିଷ୍ଠା ଦିବସରେ ଆଜି ଏମିତି କିଛି ବିରୋଧୀଙ୍କୁ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ହନୁମାନ ଜୟନ୍ତୀ ଥିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ଦଳ ହନୁମାନଙ୍କଠାରୁ ଏବଂ ହନୁମାନଙ୍କ ପାରିବାର ମନୋଭାବରୁ ପ୍ରେରଣା ପାଏ। ହନୁମାନ ରାକ୍ଷସମାନଙ୍କ ସହିତ ଲଢ଼ିବା ପରି ଆମେ ଦୁର୍ନୀତି ଓ ବଂଶବାଦ ରାଜନୀତି ବିରୋଧରେ ଭୀଷଣ ସଂଗ୍ରାମ କରିବୁ। ସେ ଆହୁରି କହିଛନ୍ତି ଯେ, ବିଗତ ବର୍ଷମାନଙ୍କରେ ଅନେକ ରାଜନୈତିକ ଦଳ ନ୍ୟାୟ ଉପରେ ରାଜନୀତି କରିଛନ୍ତି, କିନ୍ତୁ ସାମାଜିକ ନ୍ୟାୟ ‘ବିଜେପି’ର ସ୍ଲୋଗାନ୍‌ ନୁହେଁ। ଉକ୍ତ ଦଳର ନେତାମାନେ କେବଳ ପରିବାରର ମଙ୍ଗଳ ନିମନ୍ତେ କାର୍ଯ୍ୟ କରିଛନ୍ତି। କିନ୍ତୁ, ‘ବିଜେପି’ ପାତରଅନ୍ତର କରେନାହିଁ।

କଂଗ୍ରେସର କେବଳ ବଂଶବାଦ ରାଜନୀତି କରେ। କିନ୍ତୁ, ‘ବିଜେପି’ର ରାଜନୈତିକ ଧାରା ହେଉଛି ସମସ୍ତଙ୍କୁ ସାଥିରେ ଧରି ବଡ଼ ଆଶା କରିବା ଓ ବଡ଼ ସଫଳତା ହାସଲ କରିବା। ୨୦୧୪ରେ ଯାହା ଘଟିଲା ତାହା ଖାଲି ଭାରତରେ ପହରାଦାର ପରିବର୍ତ୍ତନ ନୁହେଁ। ତାହା ଥିଲା ଶହ ଶହ ବର୍ଷର ଦାସତ୍ୱରୁ ମୁକ୍ତ ନୂତନ ଯୁଗ ଆଡ଼କୁ ଭାରତର ଗତିଶୀଳତା। ୧୯୪୭ରେ ବ୍ରିଟିସ୍‌ ଦେଶ ଛାଡ଼ିଲେ, କିନ୍ତୁ କିଛି ଲୋକଙ୍କ ଭିତରେ ଦାସତ୍ୱ ମନୋବୃତ୍ତି ଛାଡ଼ିଗଲେ। ସୋମାନେ ବାଦଶାହୀ ମିଜାଜ୍‌ ବା ମନୋଭାବକୁ ପରିପୁଷ୍ଟ କରି ଦେଶବାସୀଙ୍କୁ ଗୋଲାମ୍‌ ବୋଲି ବିଚାରିଲେ।

Leave A Reply

Your email address will not be published.