ଜି୨୦ ସମ୍ମିଳନୀରେ ମୋଦି ହେଲେ ସଭାପତି

0

ବାଲି: ଇଣ୍ଡୋନେସିଆରେ ଚାଲିଥିବା ଜି-୨୦ ସମ୍ମିଳନୀ ଶେଷ ହୋଇଛି। ସମ୍ମିଳନୀର ଶେଷ ଦିନରେ ନରେନ୍ଦ୍ର ମୋଦୀ ଆସନ୍ତା ବର୍ଷ ହେବାକୁ ଥିବା ବୈଠକ ପାଇଁ ସଭାପତି ପଦ ସ୍ୱୀକାର କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି ବିଶ୍ୱ ନେତାଙ୍କୁ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରୀକ ଦେଶକୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ କି ବିଶ୍ୱ ବର୍ତ୍ତମାନ ଆର୍ଥିକ ସଙ୍କଟ ସହିତ ଗତି କରୁଛି । ଏଥିରୁ ବାହାରିବା ପାଇଁ ଜି-୨୦ ଦେଶକୁ ପ୍ରୟାସ କରିବା ଉଚିତ୍ । ଆପଣଙ୍କର ନିବେଶ ଏବଂ ଆମର ନୂଆ ଉଦ୍ଭାବନା ଚମତ୍କାର କରିପାରେ । ତେଣୁକରି ବିଶ୍ୱ ସମସ୍ୟାର ସମାଧାନ ପାଇଁ ସମସ୍ତେ ମିଳିତ ପ୍ରୟାସ କରିବା ଉଚିତ୍।

ଜି-୨୦ ଦେଶର ଆଗାମୀ ସମ୍ମିଳନୀର ଅଧ୍ୟକ୍ଷତା ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ବିଭିନ୍ନ ସହର ଏବଂ ରାଜ୍ୟରେ ଜି-୨୦ ବୈଠକ ଆୟୋଜିତ କରାଯିବ। ଏହା ଦ୍ୱାରା ଅତିଥୀମାନଙ୍କୁ ଭାରତର ବିଭିନ୍ନତା ଏବଂ ସାଂସ୍କୃତୀକ ସମୃଦ୍ଧି ବିଷୟରେ ଅଭିଜ୍ଞତା ମିଳିବ। ଆମକୁ ବିଶ୍ୱାସ ଅଛି ଯେ, ଆପଣ ସମସ୍ତ ଦେଶ ଗଣତନ୍ତ୍ରର ମାତୃଭୂମି ଭାରତରେ ସହଯୋଗ କରିବେ। ଏହା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ପୂରା ବିଶ୍ୱ ଭାରତ ଆଡ଼କୁ ଆଶାର ସହିତ ଦେଖୁଛି। ଆମକୁ ଜି-୨୦ ମଞ୍ଚରେ ବିଶ୍ୱର ଶାନ୍ତି ଏବଂ ସ୍ଥିରତାର ବାର୍ତ୍ତା ଦେବାକୁ ହେବ।

Leave A Reply

Your email address will not be published.