ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ବିଧାନସଭାରେ ଗୃହକୁ ସମ୍ବୋଧିତ କରିଛନ୍ତି । ଏହା ସହ ବିଜେପି ଉପରେ କଡା ଆକ୍ରମଣ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ମୋତେ ଏବଂ ସିସୋଦିଆଙ୍କୁ ଜେଲରୁ ବାହାରିବା ଦେଖି ବିରୋଧୀମାନେ ଦୁଃଖିତ । ପ୍ରଧାନମନ୍ତ୍ରୀ ମୋଦି ଶକ୍ତିଶାଳୀ କିନ୍ତୁ ସେ ଭଗବାନ ହୋଇପାରିବେ ନାହିଁ ।
ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀକୁ ଅଟକାଇ ବିଜେପି ଖୁସି ହେଉଛି । ଦିଲ୍ଲୀର ଦୁଇ କୋଟି ଲୋକଙ୍କ ଜୀବନ ନଷ୍ଟ କରିଛି ବିଜେପି । କେଜ୍ରିୱାଲ ବିଜେପିକୁ କହିଛନ୍ତି ଯେ ଆମେ ୫୦୦ ମୋହଲା କ୍ଲିନିକ୍ ନିର୍ମାଣ କରିଛୁ, ତେଣୁ ତୁମେ ୫ ହଜାର ନିର୍ମାଣ କର କିଏ ତୁମକୁ ଅଟକାଇଛି?