ପୁଣି କଂଗ୍ରେସକୁ କଡ଼ା ସମାଲୋଚନା ମୋଦି
ଧର୍ମଶାଳା: ହିମାଚଳପ୍ରଦେଶ ପାଇଁ ନିର୍ବାଚନ ବିଗୁଲ ବାଜି ସାରିଥିବାବେଳେ ଏବେ ରାଜନୈତିକ ପାଣିପାଗ ସରଗରମ ରହିଛି | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶରେ ‘ବିଜୟ ସଂକଳ୍ପ ରାଲି’କୁ ସମ୍ବୋଧିତ କରି କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । ଏହି ସମାବେଶରେ ସେ କହିଛନ୍ତି ଯେ ଏଥର ହିମାଚଳପ୍ରଦେଶ ନିର୍ବାଚନ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। କାରଣ ଏଠାକାର ଯୁବକ ଓ ମହିଳା ଜାଣନ୍ତି ଯେ ବିଜେପି ବିକାଶକୁ ପ୍ରାଥମିକତା ଦେଇଥାଏ | ତେଣୁ ଏହି ବିଧାନସଭା ନିର୍ବାଚନରେ ଏଠାକାର ଲୋକମାନେ ବିଜେପିକୁ ପୁଣି ଭୋଟ ଦେଇ ବିଜୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏଥର ନଭେମ୍ବର ୧୨ରେ ମତଦାନ ଦିନ ଦିଆଯିବାକୁ ଥିବା ପ୍ରତ୍ୟେକ ଭୋଟ୍ ଆସନ୍ତା ୨୫ ବର୍ଷ ପାଇଁ ହିମାଚଳପ୍ରଦେଶର ବିକାଶ ଯାତ୍ରା ସ୍ଥିର କରିବ। ହିମାଚଳପ୍ରଦେଶର ଲୋକମାନେ ବିଜେପି ସରକାରକୁ ପୁଣି ଶାସନକୁ ଫେରାଇ ଆଣିବାକୁ ଦୃଢ ଭାବେ ସଂକଳ୍ପବଦ୍ଧ ହୋଇଥିବାବେଳେ ସୈନିକମାନଙ୍କର ଏହି ଭୂମି, ସାହସୀ ମା’ମାନଙ୍କର ଏହି ଦେଶ, ଯେତେବେଳେ କୌଣସି ସଂକଳ୍ପ ନେଇଥାଏ, ଏହାକୁ ପ୍ରମାଣ କରି ଦେଖାଇଦେଇଥାଏ | ଏହି ସମୟରେ ସେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।