ଶାନ୍ତିର ବାର୍ତ୍ତା ଦେଲେ ମୋଦି
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସମେତ ପଶ୍ଚିମ ଦେଶଗୁଡ଼ିକୁ ପରମାଣୁ ଅସ୍ତ୍ରର ଧମକ ଦେଇଥିଲେ। ଏଥିସହ ୟୁକ୍ରେନ ବିରୋଧରେ ଲଢ଼େଇକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏସବୁ ଭିତରେ ଆଜି ମୋଦି ଫୋନ ଯୋଗେ ପୁଣିଥରେ ଜେଲେନସ୍କିଙ୍କୁ କୌଣସି ବିବାଦର ସମାଧାନ ଲଢ଼େଇ ଦ୍ୱାରା ନୁହେଁ ବରଂ କୂଟନୀତିକ ଆଲୋଚନା ଦ୍ୱାରା ହୋଇପାରିବ ବୋଲି କହିଛନ୍ତି। ଏଥିସହ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଯାହା ବି ଦରକାର, ସେସବୁ କରିବାକୁ ଭାରତ ପ୍ରସ୍ତୁତ ଥିବା ମୋଦି ତାଙ୍କୁ ଅବଗତ କରାଇଛନ୍ତି।
ଆଲୋଚନା ବେଳେ ମୋଦି ଆଣିବିକ ଅସ୍ତ୍ରଶସ୍ତ୍ରର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ଜେଲେନସ୍କିଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଗୋଟିଏ ବିବୃତିରେ କୁହାଯାଇଛି ଯେ “ ରୁଷ ସହ ଚାଲିଥିବା ଶତ୍ରୁତାକୁ ଶୀଘ୍ର ବନ୍ଦ କରିବା, ଆଲୋଚନା ଓ କୂଟନୀତିକ ସମ୍ପର୍କ ବଢ଼ାଇବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ କହିଛନ୍ତି। ବିବାଦର କୌଣସି ସାମରିକ ସମାଧାନ ନାହିଁ। ଶାନ୍ତି ଓ ସ୍ଥିରତା ସ୍ଥାପନ ପାଇଁ ଭାରତ ସବୁବେଳେ ପ୍ରୟାସ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।