ଆଦାନୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ମୋଦି ସରକାର: ବର୍ଷିଲେ ଶ୍ରୀକାନ୍ତ

0

ଭୁବନେଶ୍ୱର (ଆମ ଟିଭି): ୨ ହଜାର କୋଟି ଟଙ୍କା ଲାଞ୍ଚ ମାମଲାରେ ଆଦାନୀ ଗ୍ରୁପ୍‌ର ସମ୍ପୃକ୍ତି ଏବଂ ଆମେରିକାର କର୍ତ୍ତୃପକ୍ଷଙ୍କ ଅଭିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏବଂ କର୍ପୋରେଟ୍‌ ସ୍ବାର୍ଥ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ସମଗ୍ର ବିଶ୍ୱରେ ଏହି ଘଟଣା ଚହଳ ପକାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନୀରବତା ଏହାର ଜଟିଳତାକୁ ଦର୍ଶାଉଛି। ଏହା ଶାସନ, ନିୟାମକ ତଦାରଖ ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ନେଇ ଗୁରୁତର ଚିନ୍ତା ବଢ଼ାଇଛି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି।

ଭବନଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଶ୍ରୀକାନ୍ତ କହିଛନ୍ତି, ଭ୍ରଷ୍ଟାଚାରୀ ଗୌତମ ଆଦାନୀଙ୍କୁ ମୋଦି ସରକାର ଘଣ୍ଟ ଘୋଡ଼ାଉଛି। ଆମେରିକାର ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ କମିଶନ(ଏସ୍‌ଇସି) ପକ୍ଷରୁ ଆଦାନୀ ଓ ଅନ୍ୟମାନଙ୍କ ବିରୋଧରେ ଆମେରିକାର ପ୍ରତିଭୂତି ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଭାଜପା ଶାସନରେ ସିକ୍ୟୁରିଟି ଜାଲିଆତି: ଦୁର୍ନୀତି ନିବାରଣ ଅଭ୍ୟାସର ମିଥ୍ୟା ଦାବି ମାଧ୍ୟମରେ ୧୭୫ ମିଲିୟନ ଡଲାରରୁ ଅଧିକ ସଂଗ୍ରହ କରୁଥିବାବେଳେ ଆମେରିକୀୟ ନିବେଶକଙ୍କୁ ବିଭ୍ରାନ୍ତ କରୁଛି। ସରକାରୀ ଡିସ୍‌କମ୍‌ ଅଧିକ ମୂଲ୍ୟର ସୌରଶକ୍ତି କିଣିବାକୁ ବାଧ୍ୟହେଲା, ଯାହାଦ୍ୱାରା ଗ୍ରାହକଙ୍କ ଉପରେ ବିୁଦ୍ୟତ୍‌ ବିଲ୍‌ ଭାର ବଢ଼ିଛି। ଏହି ପକ୍ଷପାତିତା ଆଦାନୀଙ୍କ ବିମାନବନ୍ଦର, ବନ୍ଦର, ମିଡିଆ କମ୍ପାନୀ ଏବଂ ଅନ୍ୟାନ୍ୟ ସମ୍ପତ୍ତି ଅଧିଗ୍ରହଣରେ ପ୍ରତିଫଳିତ ହୋଇଛି, ଯାହାକି ପ୍ରତ୍ୟକ୍ଷ ସରକାରୀ ତତ୍ତ୍ୱାବଧାନରେ କରାଯାଇଛି।

ଓଡ଼ିଶାରେ ଆଦାନୀ ଗୋଷ୍ଠୀକୁ ବିକ୍ରି ହୋଇଥିବା ପ୍ରାକୃତିକ ସମ୍ପଦ ଲୁଣ୍ଠନ କରିବାରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରତିଫଳିତ ହୋଇଛି। ଓଡ଼ିଶାର ଖଣିଜ ସମ୍ପଦକୁ ଆଦାନୀ ହାତକୁ ଶାଗ ମାଛ ଦରରେ ବିକ୍ରି କରାଯାଇଛି। ଆଦାନୀ ଅଧୀନରେ ଆଜି ଧାମରା ଓ ଗୋପାଳପୁର ବନ୍ଦର ୯୫% ନିୟନ୍ତ୍ରଣରେ ରହିଛି। ସେବି ବିଫଳତା ଓ ହିଣ୍ଡେନ୍‌ବର୍ଗ ରିପୋର୍ଟରେ ବିନୋଦ ଆଦାନୀଙ୍କ ମାଲିକାନାରେ ଥିବା ସଂସ୍ଥାଗୁଡ଼ିକ ସହ ସେବି ଚେୟାରମ୍ୟାନ୍‌ ମାଧବୀ ପୁରୀ ବୁଚ୍‌ଙ୍କ ଲିଙ୍କ୍‌ ପ୍ରକାଶ ପାଇଛି ବୋଲି ଶ୍ରାକାନ୍ତ କହିଛନ୍ତି। ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଗନ୍ଧମାର୍ଦ୍ଦନ ପର୍ବତକୁ ଆଦାନୀକୁ ଟେକିଦେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ ଦାବି କରିଛନ୍ତି।

Leave A Reply

Your email address will not be published.