ଭୁବନେଶ୍ୱର: ଆଦିମ ଆଦିବାସୀ ମାନଙ୍କୁ ପକ୍କାଘର ଦେବେ ମୋଦି ସରକାର । ଏବେ ବି ଅନେକ ଆଦିମ ଜନଜାତି ପଛୁଆ ଅଛନ୍ତି । ଗମନାଗମନ, ସ୍ବାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା ସେମାନଙ୍କ ନିକଟରେ ପହଞ୍ଚି ପାରିନାହିଁ । ତେଣୁ ଆଦିମ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଵତନ୍ତ୍ର ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।
ଶିକ୍ଷା, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ସ୍ୱଚ୍ଛ ପାନୀୟ ଜଳ, ପକ୍କା ଘର, ବିଜୁଳି ଆଦି ମୌଳିକ ସୁବିଧା ଆଦିମ ଆଦିବାସୀଙ୍କୁ ଯୋଗାଇ ଦିଆଯିବ। କେନ୍ଦ୍ର ସରକାରଙ୍କ ୯ଟି ବିଭାଗ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ କିଛି ଦିନ ପୂର୍ବରୁ ଆଦିବାସୀ ବ୍ୟାପାର ବିଭାଗ ଅନ୍ୟ ୯ଟି ବିଭାଗ ସହ ମିଶି ୱାର୍କସପ କରିଥିଲେ । ଯେଉଁଠି ଆଦିବାସୀ ମନେ ବସବାସ କରୁଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଘର କରି ପାରିବେ ।