ମୋଦି ସରକାରଙ୍କ ବଡ ଘୋଷଣା: ଦିଲ୍ଲୀ ରାଜପଥ ହେବ ‘କର୍ତ୍ତବ୍ୟ ପଥ‘

0

ନୂଆଦିଲ୍ଲୀ(ଆମ ଟିଭି): ମୋଦି ସରକାରଙ୍କ ବଡ ଘୋଷଣା ଦିଲ୍ଲୀ ରାଜପଥର ନାଁ ବଦଳି ହେବ ‘କର୍ତ୍ତବ୍ୟ ପଥ‘। ସେପ୍ଟେମ୍ବର ୭ ତାରିଖରେ ଏନଡିଏମସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଅଛି ସେହି ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିବ ।ନୌସେନାର ପତାକାରେ ଥିବା କିଙ୍ଗସ କ୍ରସ୍ ହଟାଇବାର କିଛି ଦିନ ପରେ ହିଁ ବିଜେପି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବିଜେପି ନିୟନ୍ତ୍ରଣରେ ଥିବା ନୂଆଦିଲ୍ଲୀ ମୁନିସପାଲ କାଉନସିଲ (ଏନଡିଏମସି) ବୈଠକରେ ଏ ନେଇ ଏକ ପ୍ରସ୍ତାବ ଆଗତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ପ୍ରସ୍ତାବ ଆଗତ କରିବାକୁ ଆସନ୍ତା ୭ ତାରିଖରେ ଏକ ସ୍ବତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି ।ରାଜପଥକୁ ବ୍ରିଟିଶ ସରକାର ସମ୍ରାଟ ୫ମ ଜର୍ଜଙ୍କ ସମ୍ମାନରେ ନାମିତ କରାଯାଇଥିଲା । ଏହାର ମୂଳ ନାମ ଥିଲା କିଙ୍ଗସ ଓ୍ବେ, ଯାହାର ଅନୁବାଦ ହେବ ‘ରାଜପଥ’ । ୧୯୧୧ରେ ବ୍ରିଟିଶ ସରକାର ନୂଆଦିଲ୍ଲୀକୁ ବ୍ରିଟିଶ ଭାରତର ରାଜଧାନୀ କରିବା ପରେ ୫ମ ଜର୍ଜ ଭାରତ ଆସିଥିଲେ । ତାଙ୍କ ସମ୍ମାନରେ ଏହି ରାସ୍ତାର ଏପରି ନାମକରଣ ହୋଇଥିଲା । ସ୍ବାଧୀନତା ପରେ କିଙ୍ଗସଓ୍ବେର ନାମକୁ ଅନୁବାଦ କରି ରାଜପଥ କରାଗଲା । 

Leave A Reply

Your email address will not be published.