ନୂଆଦିଲ୍ଲୀ (ଆମ ଟିଭି): କୃଷକଙ୍କ ପାଇଁ ବଡ଼ ଘୋଷଣା । କୃଷକଙକକୁ ମୋଦୀ ସରକାର ଦେଲେ ବଡ଼ ଉପହାର । ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ କମ ଅବଧିର ଋଣ ପରିଶୋଧ ପାଇଁ କୃଷକଙ୍କ ପାଇଁ ଇଣ୍ଟରେଷ୍ଟ ସବଭେସନ ସ୍କିମ ଜାରି କରିଛନ୍ତି। ଅର୍ଥାତ ଯେଉଁ କୃଷକ ତିନି ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସ୍ଵଳ୍ପ ଅବଧିର ଋଣ ନେଇଛନ୍ତି, ସେମାନଙ୍କ ସୁଧରେ ୧.୫ ପ୍ରତିଶତ ଛାଡ କରାଯିବ।
ନରେନ୍ଦ୍ର ମୋଦୀ ସରକାର କୃଷକଙ୍କୁ ବଡ ଫାଇଦା ଦେଇ ଇଣ୍ଟରେଷ୍ଟ ସବଭେସନ ସ୍କିମକୁ ଜାରି ରଖିଛନ୍ତି। ଏହା ଅନୁଯାୟୀ, କୃଷକଙ୍କୁ ତିନି ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସ୍ଵଳ୍ପ ଅବଧି ଋଣରେ ୧.୫ ପ୍ରତିଶତ ସୁଧ ଛାଡ କରାଯାଇଛି। କେନ୍ଦ୍ର ସରକାରଙ୍କୁ ଏହି ଯୋଜନା ଲାଗୁ କରିବା ପାଇଁ ୨୦୨୩-୨୩ରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୩୪, ୮୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ର ଆବଶ୍ୟକତା ପଡିବ।