୨୦ବର୍ଷ ଭିତରେ ଗୋଟିଏ ଦିନ ବି ଛୁଟି ନେଇନାହାନ୍ତି ମୋଦି: ପ୍ରକାଶ ଜାଭେଦକର

0

ନୂଆଦିଲ୍ଲୀ (ଆମ ଟିଭି): ୨୦ବର୍ଷ ଭିତରେ ଗୋଟିଏ ଦିନ ବି ଛୁଟି ନେଇନାହାନ୍ତି ମୋଦି। ଗୁଜରାଟ ମୁଖ୍ୟମନ୍ତ୍ରୀ ପରେ ଦେଶର ପ୍ରଧାନମନ୍ତ୍ରୀ ହେଲେ । କିନ୍ତୁ ଗୋଟିଏ ବି ଦିନ ବିଶ୍ରାମ ନେଇନାହାନ୍ତି । ବିଗତ ୨୦ ବର୍ଷ ହେଲା ଲଗାତାର ଭାବେ କାମ କରିଆସୁଛନ୍ତି ନରେନ୍ଦ୍ର ମୋଦି । ପ୍ରତିଦିନ କିଛି ନା କିଛି କାର୍ଯ୍ୟକ୍ରମ ଏବଂ ବୈଠକରେ ସାମିଲ ହେଉଛନ୍ତି । ବିଭିନ୍ନ ଯୋଜନା ବାବଦରେ ଆଲୋଚନା କରୁଛନ୍ତି। ଏଭଳି ନେତା ଭାରତ ଇତିହାସରେ ବିରଳ’। ମହାରାଷ୍ଟ୍ରର ଥାନେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ।

ବିରୋଧୀଙ୍କୁ ଟାର୍ଗେଟ୍‌ କରି ଜାଭେଦକର କହିଛନ୍ତି, ‘ମୋଦିଙ୍କ ଭଳି ବ୍ୟକ୍ତିତ୍ବ ଏବଂ ତାଙ୍କ କାର୍ଯ୍ୟ ଶୈଳୀକୁ ବିରୋଧୀ ବୁଝିବା ଉଚିତ । ଏହା ସହିତ ଦେଶର ଜନତାଙ୍କ ପାଇଁ ସେ କିଭଳି ଭାବେ କାମ କରୁଛନ୍ତି ତାହା ମଧ୍ୟ ଜାଣିବା ଆବଶ୍ୟକ। ତେଣୁ ବିରୋଧୀ ଦଳଙ୍କୁ ଉପଦେଶ ରହିବ ଯେ ସେମାନେ ୨୦୨୪ ଲୋକସଭା ନିର୍ବାଚନ ବାବଦରେ ଚିନ୍ତା ନକରି ବରଂ ୨୦୨୯ ନିର୍ବାଚନ ବାବଦରେ ଏବେ ଠାରୁ ପ୍ରସ୍ତୁତି ଚଲାନ୍ତୁ’। ଜାଭେଦକରଙ୍କ ଏଭଳି କହିବାର ଉଦ୍ଦେଶ୍ୟ ହେଉଛି, ୨୦୨୪ରେ ଦେଶରେ ପୁଣି ମୋଦି ସରକାର ଆସିବ । ମହାରାଷ୍ଟ୍ରର ଥାନେରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ‘ମୋଦିଙ୍କ ୨୦ ବର୍ଷ’ ନାମକ ଏକ ପୁସ୍ତକ ଉନ୍ମୋଚନ ଅବସରରେ ଏଭଳି କହିଛନ୍ତି ପ୍ରକାଶ ଜାଭେଦକର । ସେ କହିଛନ୍ତି, ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ମାହୋଲ ଅଚ୍ଛେ ଦିନ୍‌ ରୂପେ ବଦଳିଯାଇଛି। ‘ଦେଶକୁ ଏଭଳି ଜଣେ ପ୍ରଧାନମନ୍ତ୍ରୀ ମିଳିଛନ୍ତି ଯିଏକି ଭିନ୍ନ ଏକ ଚିନ୍ତାଧାରାକୁ ନେଇ କାର୍ଯ୍ୟ କରୁଛନ୍ତି । ସିଧାସଳଖ ଲୋକମାନଙ୍କ ସମସ୍ୟା ବାବଦରେ ଜାଣି ସମାଧାନର ବାଟ ଫିଟାଇଛନ୍ତି । ଯାହାକି ତାଙ୍କ ଶାସନର ପାରଦର୍ଶିତା କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଜେପିକୁ ନିର୍ବାଚନରେ ବାରମ୍ବାର ସଫଳତା ଏଥିପାଇଁ ମିଳୁଛି କାରଣ ଲୋକେ ମୋଦିଙ୍କ କାମକୁ ପସନ୍ଦ କରୁଛନ୍ତି’।

Leave A Reply

Your email address will not be published.