ଭର୍ଚୁଆଲ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କଲେ ମୋଦି

0

ନୂଆଦିଲ୍ଲୀ: ଆଜି ପୋଙ୍ଗଲ୍‌ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ମଧ୍ୟରେ ‘ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌’ ଚଳାଚଳର ଶୁଭାରମ୍ଭ କରିଛନ୍ତି।

ଆଜି ଏଇ ଉତ୍ସବମୟ ବାତାବରଣରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଚମତ୍କାର ଉପହାର ପାଉଛନ୍ତି। ଗୋଟିଏ ପଟୁ ଦେଖିଲେ, ‘ବନ୍ଦେ ଭାରତ ‌ଏକ୍ସ୍‌ପ୍ରେସ୍‌’ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ମିଳିତ ସଂସ୍କୃତି ଓ ଐତିହ୍ୟକୁ ସଂଯୋଗ କରିବ।

ଏହାଛଡ଼ା, ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ଚଳାଚଳ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରି ଆନନ୍ଦିତ। ଏହା ଜୀବନ ଧାରାକୁ ସୁଗମ କରିବା ସହିତ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇ ଅର୍ଥନୀତିକୁ ଉପକୃତ କରିବ।

Leave A Reply

Your email address will not be published.