ନିଜ ବନ୍ଧୁମାନଙ୍କୁ ‘ଧନବୀର’ କରି ଯୁବକମାନଙ୍କୁ ‘ଅଗ୍ନିବୀର’ କରୁଛନ୍ତି ମୋଦି : ରାହୁଲ
ନୂଆଦିଲ୍ଲୀ(ଆମ ଟିଭି): କେନ୍ଦ୍ର ସରକାର ଆରମ୍ଭ କରିଥିବା ଅଗ୍ନିପଥ ଯୋଜନାର କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ନିଜ ବନ୍ଧୁମାନଙ୍କୁ ‘ଧନବୀର’ କରି ଯୁବକମାନଙ୍କୁ ‘ଅଗ୍ନିବୀର’ କରୁଛନ୍ତି ମୋଦି। ମେଦି ନିଜ ବନ୍ଧୁମାନଙ୍କୁ ୫୦ ବର୍ଷ ପାଇଁ ଏୟାରପୋର୍ଟ କଣ୍ଟ୍ରାକ୍ଟ ଦେଇ ସେମାନଙ୍କୁ ଧନବୀର ବନାଉଛନ୍ତି । ଅନ୍ୟପକ୍ଷରେ ସେ ଦେଶର ଯୁବକମାନଙ୍କୁ ୪ ବର୍ଷିଆ କଣ୍ଟ୍ରାକ୍ଟ ଦେଇ ଅଗ୍ନିବୀର କରୁଛନ୍ତି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ଜୁନ ୧୪ ତାରିଖ ଦିନ ସେନା ବାହିନୀରେ ନୂଆ ନିଯୁକ୍ତି ଯୋଜନା ଅଗ୍ନିପଥର ଘୋଷଣା କରିଥିଲେ । ଏହା ମାଧ୍ୟମରେ ୧୭.୫ ବର୍ଷରୁ ୨୧ ବର୍ଷର ଯୁବକ ଯୁବତୀମାନେ ସେନାବାହିନୀରେ ୪ ବର୍ଷ ପାଇଁ ଯୋଗ ଦେଇପାରିବେ । ମାତ୍ର ଏହାକୁ ନେଇ ସାରା ଦେଶରେ ପ୍ରବଳ ବିରୋଧ କରାଯାଉଛି । ବିଶେଷକରି ବିହାର, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହା ବିରୋଧରେ ହିଂସାତ୍ମକ ବିକ୍ଷୋଭ କରାଯାଉଛି ।