ଝାଡ଼ୁରେ ସଫେଇ କରି ସ୍ୱଚ୍ଛତା ହିଁ ସେବା ଅଭିଯାନର ଶୁଭାରମ୍ଭ କଲେ ମୋଦୀ

0

ନୂଆଦିଲ୍ଲୀ(ଆମ ଟିଭି): ଆଜି ସାରା ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ । ସବୁଠାରୁ ବଡ଼ କଥା ହେଉଛି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ହାତରେ ଝାଡ଼ୁ ଧରି ଏହି ଅଭିଯାନର ସୁଭାରମ୍ଭ କରିଛନ୍ତି । କେବଳ ସୁଭାରମ୍ଭ କରିନାହାନ୍ତି, ନିଜେ ଝାଡ଼ୁ ମଧ୍ୟ ମାରିଛନ୍ତି । ରେସଲର ଅଙ୍କିତ ବେୟନପୁରିୟାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରମଦାନ କରିଛନ୍ତି । ଶ୍ରମଦାନ କରିବାର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର ନରେନ୍ଦ୍ର ମୋଦୀ । ଏହି ସମୟରେ ଅଙ୍କିତଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୋଦୀ । ତାଙ୍କ ଫିଟନେସ୍ ସମ୍ପର୍କରେ ମଧ୍ୟ ଅଙ୍କିତଙ୍କଠାରୁ ପଚାରି ବୁଝିଛନ୍ତି । ଅଙ୍କିତ ରହୁଥିବା ଅଞ୍ଚଳରେ ସ୍ୱଚ୍ଛତା କିପରି ରହିଛି ବୋଲି ମଧ୍ୟ ମୋଦୀ ପଚାରିଥିଲେ । ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରୀତ କରୁଛି । ଗାନ୍ଧୀ ଜୟନ୍ତୀ ପୂର୍ବରୁ ସାରା ଦେଶରେ ସ୍ୱଚ୍ଛତା ଅଭିଯାନ କରାଯାଇଛି ।

ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ମେଗା ସ୍ୱଚ୍ଛତା ଅଭିଯାନ ପାଳିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛତା ପାଇଁ ୧ ଘଣ୍ଟା ସାମୂହିକ ଶ୍ରମଦାନ କରିଛନ୍ତି ଜନତା । ଦେଶର ୬ ଲକ୍ଷ ୪୦ହଜାର ସ୍ଥାନରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଛି । ଏହା ମଧ୍ୟରେ ୩୫ ହଜାର ଅଙ୍ଗନବାଡି, ୨୨ ହଜାର ବଜାର, ୭ ହଜାର ବସ୍ ଷ୍ଟାଣ୍ଡ, ୧ ହଜାର ଗୋଶାଳା ଓ ୩୦୦ ଚଡିଆଘର ରହିଛି । ଦିନ ୧୦ଟାରୁ ୧୧ ଯାଏଁ ନିଜ ନିଜ ଅଂଚଳରେ ସ୍ୱଚ୍ଛତା ରକ୍ଷା ପାଇଁ ଘଣ୍ଟାଏ ଶ୍ରମଦାନ କରିବାକୁ ଦେଶବାସୀଙ୍କୁ ଗତ ମନ୍ କି ବାତ୍ରେ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ । ନିଜ ଅଂଚଳର ରାସ୍ତାଘାଟ, ପାର୍କ, ନଦୀ, ହ୍ରଦ କିମ୍ବା ଅନ୍ୟ ସ୍ଥାନ ସଫା କରିବାକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ।

 

Leave A Reply

Your email address will not be published.