ଆମ୍ବେଦକରଙ୍କ ବିରୋଧରେ କଂଗ୍ରେସ ପାପର ତାଲିକା ଦେଲେ ମୋଦି
କଂଗ୍ରେସ ଓ ଏହାର ପ୍ରଚାର ବ୍ୟବସ୍ଥା ଅନେକ ବର୍ଷ ଧରି ସମ୍ବିଧାନର ପ୍ରତିଷ୍ଠାତା ବିଆର ଆମ୍ବେଦକରଙ୍କୁ ଅପମାନିତ କରି ଚାଲିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି। ବିଆର ଆମ୍ବେଦକରଙ୍କ ବିରୋଧରେ କଂଗ୍ରେସ କରିଥିବା ‘ପାପ’ର ତାଲିକା ମଧ୍ୟ ମୋଦି ଜାରି କରିଛନ୍ତି।
ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ଆଧାର କରି କଂଗ୍ରେସ ତାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରିଚାଲିଛି। ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଆମ୍ବେଦକର ପ୍ରସଙ୍ଗରେ ଧୋଇଛନ୍ତି।
କଂଗ୍ରେସ କେମିତି ତଥାକଥିତ ଭାବେ ସମସ୍ତ ପ୍ରକାରର ଖରାପ ତରିକା ଆପଣାଇ ଡ ବିଆର ଆମ୍ବେଦକରଙ୍କ ଚିହ୍ନବର୍ଣ୍ଣ ଲିଭାଇ ଦେବା ପାଇଁ ଚେଷ୍ଟା କରିଥିଲା ଓ କେମିତି ଦଳ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ହଇରାଣ କରିଥିଲା, ସେକଥା ମୋଦି ବିସ୍ତୃତ ଭାବେ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।